ଅଣସର ବିଧି ଦେଶର ଅନ୍ୟ କୌଣସି ମନ୍ଦିରରେ ନାହିଁ’

ମୁକ୍ତ ଚିନ୍ତନ ମଞ୍ଚର ଆଲୋଚନାଚକ୍ର

ଭୁବନେଶ୍ବର : ଶ୍ରୀଜଗନ୍ନାଥଙ୍କ ଅଣସର ବିଧି ଏକ ମାନବୀୟ ଲୀଳା। ଦେଶର ଅନ୍ୟ କୌଣସି ମନ୍ଦିରରେ ଏହା ଦେଖିବାକୁ ମିଳେନାହିଁ। ପୁରାଣରେ ମଧ୍ୟ ଅଣସର ବିଧି ସଂପର୍କରେ ଉଲ୍ଲେଖ ରହିଛି। ଏ ଦୃଷ୍ଟିରୁ ଏହା ସ୍ବତନ୍ତ୍ର। ଅଣସର ଘରେ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ବୋଲି ଆଜି ମୁକ୍ତ ଚିନ୍ତନ ମଞ୍ଚ ପକ୍ଷରୁ ଭାରତୀୟ ବିଦ୍ୟାଭବନରେ ଅନୁଷ୍ଠିତ ଆଲୋଚନାରେ ମତ ପ୍ରକାଶ ପାଇଛି। ଆଜିର ବିଷୟବସ୍ତୁ ରହିଥିଲା ‘ଶ୍ରୀଜଗନ୍ନାଥଙ୍କ ଅଣସର ରହସ୍ୟ’।

ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ ସୁବାସ ପାଣି ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଚିବ ପ୍ରଫେସର ରାଜକିଶୋର ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଭାସ୍କର ମିଶ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ସେବକ ତଥା ‘ନୀଳାଦ୍ରି’ର ସଂପାଦକ ରାମଚନ୍ଦ୍ର ଦାସମହାପାତ୍ର ଅତିଥିଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଅଣସର ଘରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ବସ୍ତ୍ର ଆଦିର ପ୍ରଦର୍ଶନ କରାଯାଇଥିଲା। ପରେ ‘ଅଚିନ୍ତନୀୟ ଶ୍ରୀଜଗନ୍ନାଥ’ ପୁସ୍ତକର ଦ୍ବିତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ସାମାଜିକ ଗଣମାଧ୍ୟମରେ ଅଭିଯାନ ଚଳାଇଥିବା ଅନିତା ସାବତଙ୍କୁ ସ୍ବତନ୍ତ୍ରଭାବେ ସମ୍ବର୍ଧିତ କରାଯାଇଥିଲା। ମଞ୍ଚର ସଂପାଦକ ପୀତବାସ ରାଉତରାୟ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର