ମୁକ୍ତ ଚିନ୍ତନ ପକ୍ଷରୁ ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ସେବା ଶିବିର

ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନର ମିଳିତ ଆନୁକୂଲ୍ୟରେ ୧୫୦ ତମ ଆଲୋଚନାଚକ୍ର ଆଜି ଭାରତୀୟ ବିଦ୍ୟାଭବନଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଏମ୍‌ସର ପୂର୍ବତନ ନିର୍ଦେଶକ ଡା. ଅଶୋକ କୁମାର ମହାପାତ୍ର ଓ ତାଙ୍କ ଚାରି ସହକର୍ମୀଙ୍କ ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା। ଏଥିରେ ରକ୍ତଚାପ, ମଧୁମେହ ଓ ଇସିଜି ପରୀକ୍ଷା କରାଯାଇଥିଲା। ୬୦ରୁ ଊର୍ଧ୍ୱ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ସହିତ ବୀମା ସମ୍ପର୍କରେ ଫ୍ୟୁଚର୍‌ ଜେନେରାଲ ଇଣ୍ଡିଆ ଲାଇଫ ଇନ୍‌ସ୍ୟୁରାନ୍‌ସ କମ୍ପାନି ଲିମିଟେଡ୍‌ର ମୁଖ୍ୟ ସ୍ୱୟାଂଶୁ ସତ୍ୟକାମ, ଅର୍ଥବିନିଯୋଗ ବିଷୟରେ ଫାଇନାନ୍‌ସିଆଲ ସଲ୍ୟୁସନ୍‌ ପ୍ରା ଲିଃର ମୁଖ୍ୟ ଜି ଡି ବିକାଶ ଶ୍ରୀବାସ୍ତବ ଓ ମାନସିକ ସ୍ୱାସ୍ଥ୍ୟ ବିଷୟରେ ମନମ ଫାଉଣ୍ଡେସନ୍‌ର ମୁଖ୍ୟ ସୌମ୍ୟା ସୁଚରିତା ମହାପାତ୍ର ଆଲୋଚନା କରିଥିଲେ।

ଏହା ପରେ ‘ବରିଷ୍ଠ ନାଗରିକ: ବିକଶିତ ବ୍ୟକ୍ତିତ୍ୱ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ମହାପାତ୍ର ଯୋଗ ଦେଇଥିଲେ। ଦାମୋଦର ସେନାପତି ଭଜନ ପରିବେଷଣ କରିଥିଲେ। ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁକ୍ତ ଚିନ୍ତନ ମଞ୍ଚର ସଂପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର