ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ୨୦୧୮ ଆଜିଠାରୁ ଆରମ୍ଭ ହୋଇଛି। ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ମିଳିତ ସହଯୋଗରେ ଏହ ଉତ୍ସବ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ତିନି ଦିନ ଧରି ଚାଲିବ। ଉତ୍ସବରେ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଳ୍ପୀଙ୍କ ନୃତ୍ୟ ଦେଖିବାକୁ ମିଳିବ। ଆଜି ସନ୍ଧ୍ୟାରେ ପ୍ରଥମେ ନମ୍ରତା ମେହେତାଙ୍କ ଏକକ ଓଡ଼ିଶୀ ନୃତ୍ୟ ଦେଖିବାକୁ ମିଳିଥିଲା। ଏଥିସହିତ ବିଜନ ପଲାଇ ଓ ରୁଦ୍ର ପ୍ରସାଦ ସ୍ୱାଇଁଙ୍କ ଦ୍ୱେତ ନୃତ୍ୟ, ରୋଜାଲିନ ମହାପାତ୍ର ଓ ସାଥୀଙ୍କ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ଆଜିର ସନ୍ଧ୍ୟାରେ ଅତିଥି ଭାବେ ଗୁରୁ ବନମାଳୀ ମହାରଣା, ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ, ତ୍ରିବିକ୍ରମ ପ୍ରଧାନ, ପୂର୍ବତନ ରାଷ୍ଟଦୂତ ଡ. ଲଳିତ ମାନସିଂହ ଏବଂ ପର୍ଯ୍ୟଟନ ବିଭାଗର ନିର୍ଦେଶକ ଡ. ନୀତିନ୍ ଭାନୁଦାସ ଜାଓ୍ଵାଲ ପ୍ରମୁଖ ଯୋଗ ଦେଇଥିଲେ। ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/mukteswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)