ଭୁବନେଶ୍ୱର: ମୁକ୍ତ ଚିନ୍ତନ ମଞ୍ଚ ପକ୍ଷରୁ ୧୪୭ତମ ମାସିକ ଆଲୋଚନାଚକ୍ର ସ୍ଥାନୀୟ ଭାରତୀୟ ବିଦ୍ୟା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସାତକଡ଼ି ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ଯୋଗଦେଇ ଗୀତା ସମ୍ପର୍କରେ ବୁଝାଇଥିଲେ। ସେ କହିଲେ ଯେ ନିଷ୍କାମ କର୍ମ ହେଉଛି ଗୀତାର ମୁଖ୍ୟ ତତ୍ତ୍ୱ। ଜୀବନରେ ଯାହା ମିଳୁଛି, ସେଥିରେ ସନ୍ତୁଷ୍ଟ ରହିଲେ ହିଁ ସୁଃଖରେ ରହିପାରିବା ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ମୁଖ୍ୟବକ୍ତା ଭାବେ ଡ. ଗୌରାଙ୍ଗ ଚରଣ ନାୟକ ଯୋଗଦେଇ କହିଛନ୍ତି ଯେ ନିଜର କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରି ଭଗବାନଙ୍କ ପାଖରେ ସମର୍ପଣ କରିବା ହେଉଛି ଗୀତାର ସାରମର୍ମ। ସମ୍ମାନିତ ଅତିଥି ଭାବେ ଡ. ଗୋପାଳ ଚନ୍ଦ୍ର ନନ୍ଦ ଯୋଗ ଦେଇଥିଲେ। ଏହି ଅବସରରେ ଡ. ଗୌରାଙ୍ଗ ଚରଣ ନାୟକଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନିତ କରାଯାଇଥିଲା। ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।
ନିଷ୍କାମ କର୍ମ ହେଉଛି ଗୀତାର ମୁଖ୍ୟ ତତ୍ତ୍ୱ
ମୁକ୍ତ ଚିନ୍ତନ ମଞ୍ଚର ମାସିକ ଆଲୋଚନାଚକ୍ର
/sambad/media/post_attachments/wp-content/uploads/2018/06/m22-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)