ଚନ୍ଦ୍ରଶେଖରପୁର: ତୁହାକୁ ତୁହା ବର୍ଷା ହେବା ଫଳରେ ରାସ୍ତା ଉପରେ ପାଣି ଜମିରହୁଛି। ଏପରି ସମୟରେ ରାସ୍ତାକଡ଼ରେ ଥିବା ମୁକୁଳା ଡ୍ରେନ୍, ପାଖ ଫୁଟପାଥ ଦେଇ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବଡ଼ ବିପଦ ପାଲଟିଛି। ନୀଳାଦ୍ରିବିହାର ଶନିମନ୍ଦିରରୁ ମଙ୍ଗଳାମନ୍ଦିର ଛକ ଦେଇ ଯାଇଥିବା ରାସ୍ତାକଡ଼ ଡ୍ରେନ୍ର କିଛି ସ୍ଥାନରେ ସ୍ଲାପ୍ ଭାଙ୍ଗିଯାଇଥିବାରୁ ଡ୍ରେନ୍ ଖୋଲାମେଲା ହୋଇ ପଡ଼ିରହିଛି। ସେହି ରାସ୍ତାରେ ସ୍ଥାନୀୟ ଅଞ୍ଚଳର ପିଲା ଚାଲିଚାଲି ଅନ୍ଧାରରେ ଆସୁଥିବା ବେଳେ ମୁକୁଳା ଡ୍ରେନ୍ ଭିତରେ ପଡ଼ି ଖଣ୍ଡିଆଖାବରା ହୋଇଥିବା କହିଛନ୍ତି ନରୋତ୍ତମ ମହାନ୍ତି। ନୀଳାଦ୍ରିବିହାର ସେକ୍ଟର-୧ରେ ଅମୃତ ମଣ୍ଡପ ସମନା ରାସ୍ତା ଅନେକ ଦିନ ହେବ ଖୋଳାଖୋଳି ହୋଇଥିବାରୁ ଲୋକମାନେ ଫୁଟପାଥ ଉପରେ ଯାତାୟାତ କରୁଛନ୍ତି। କିନ୍ତୁ ରାସ୍ତା କଡ଼ ଡ୍ରେନ୍ ସ୍ଲାପ୍ଗୁଡ଼ିକ ମଧ୍ୟରୁ କେତେକ ଭାଙ୍ଗିଯାଇଥିବା ବେଳେ ସେଠାରେ ନୂଆ ସ୍ଲାପ୍ ପଡ଼ିନାହିଁ। ଯାହାକି ସମସ୍ତଙ୍କ ପାଇଁ ବିପଦ ସାଜିଛି। ବିଏମ୍ସି ୧୪ ନମ୍ବର ୱାର୍ଡ ମଙ୍ଗଳା ମନ୍ଦିର ରାସ୍ତାକଡ଼ରେ ଦେଖାଯାଇଥିବା ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବରିଷ୍ଠ ନାଗରିକ ଓ ବସ୍ତିବାସିନ୍ଦା ସହ ଆବାସିକ କଲୋନିବାସୀ ବିଏମ୍ସି ନିକଟରେ ଦାବି କରିଛନ୍ତି।
ବିପଦ ସାଜିଛି ମୁକୁଳା ଡ୍ରେନ୍
ତୁହାକୁ ତୁହା ବର୍ଷା ହେବା ଫଳରେ ରାସ୍ତା ଉପରେ ପାଣି ଜମିରହୁଛି। ଏପରି ସମୟରେ ରାସ୍ତାକଡ଼ରେ ଥିବା ମୁକୁଳା ଡ୍ରେନ୍, ପାଖ ଫୁଟପାଥ ଦେଇ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବଡ଼ ବିପଦ ପାଲଟିଛି। ନୀଳାଦ୍ରିବିହାର ଶନିମନ୍ଦିରରୁ ମଙ୍ଗଳାମନ୍ଦିର...
/sambad/media/media_files/2025/07/25/mukula-2025-07-25-07-09-17.jpg)