ଝାରପଡ଼ା ଜେଲ୍‌ରେ ଆରମ୍ଭ ହେଲା ମୁଲାକାତ୍; କାଚ ବାଟେ ଦେଖିଲେ, ଇଣ୍ଟରକମ୍‌ରେ କଥା ହେଲେ

ଝାରପଡ଼ା ଜେଲ୍ କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନ୍‌, ମିଳିବ ଗ୍ରୋସରି, କସମେଟିକ୍ ସାମଗ୍ରୀ

ଭୁବନେଶ୍ବର : ଦୀର୍ଘ ୧୦ ମାସ ପରେ ଝାରପଡ଼ା ଜେଲରେ ଆରମ୍ଭ ହୋଇଛି ମୁଲାକାତ୍। କଏଦୀଙ୍କୁ ସେମାନଙ୍କ ପରିବାର ଓ ସମ୍ପର୍କୀୟମାନେ ଭେଟି କଥା ହୋଇଛନ୍ତି। କୋଭିଡ୍ ଗାଇଡଲାଇନ୍‌ ପାଳନ କରି ଏହି ମୁଲାକାତ୍ ଆରମ୍ଭ ହୋଇଛି। ମୁଲାକାତ୍ ପ୍ରକୋଷ୍ଠ ଝରକାରେ କାଚ ଲଗାଯାଇଛି। କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କୁ କାଚ ବାଟେ ସାକ୍ଷାତ କରିଥିଲେ। ଇଣ୍ଟରକମ୍ ସାହାଯ୍ୟରେ କଥାବାର୍ତ୍ତା ହୋଇଥିଲେ। ଆଜି ପ୍ରାୟ ୬୦ଜଣ କଏଦୀଙ୍କୁ ସେମାନଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି। ମୁଲାକାତ୍ ସମୟ ସକାଳ ସାଢ଼େ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍‌ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ରଖାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଜେଲ୍‌ଗୁଡ଼ିକରେ ଇ-ମୁଲାକାତ୍ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଇଣ୍ଟରନେଟ୍‌ର ସମସ୍ୟା ପାଇଁ ଏହି ଇ-ମୁଲାକାତ୍ ଫଳପ୍ରଦ ହୋଇପାରି ନ ଥିଲା। ସେହିପରି କରୋନା ସଂକ୍ରମଣ ବଢ଼ିବା ଯୋଗୁଁ ମୁଲାକାତ୍ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ଗତବର୍ଷ ଏପ୍ରିଲ ମାସରୁ ମୁଲାକାତ୍‌ ବନ୍ଦ ରହିଥିଲା।

ଝାରପଡ଼ା ଜେଲ୍ କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନ୍‌, ମିଳିବ ଗ୍ରୋସରି, କସମେଟିକ୍ ସାମଗ୍ରୀ
ଭୁବନେଶ୍ବର : ଝାରପଡା ଜେଲ୍ କର୍ମଚାରୀଙ୍କ ପାଇଁ ଖୋଲିବ କ୍ୟାଣ୍ଟିନ। ଆସନ୍ତାକାଲି(ମଙ୍ଗଳବାର) ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଏହାର ଉଦ୍‌ଘାଟନ କରିବେ। ଜେଲ୍ କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନ ଖୋଲାଯିବା ରାଜ୍ୟରେ ପ୍ରଥମ। ଜେଲ କ୍ୟାମ୍ପସରେ ଖୋଲିବାକୁ ଥିବା ଏହି କ୍ୟାଣ୍ଟିନରେ ପ୍ରାଥମିକ ପର୍ଯ୍ୟାୟରେ ଗ୍ରୋସରି ଓ କସମେଟିକ୍ ସାମଗ୍ରୀ ମିଳିବ। ବଜାର ଦରଠାରୁ ସୁଲଭ ମୂଲ୍ୟରେ ଜେଲ କର୍ମଚାରୀ ସାମଗ୍ରୀ ପାଇ ପାରିବେ। ସାମଗ୍ରୀ ବିକ୍ରିରୁ ଯେଉଁ ଲାଭାର୍ଥ ମିଳିବା ତାହା କର୍ମଚାରୀ କଲ୍ୟାଣ ପାଣ୍ଠିକୁ ଯିବ। ଯଦି କୌଣସି କର୍ମଚାରୀ ଅସୁସ୍ଥ ହୁଅନ୍ତି କିମ୍ବା ସେମାନଙ୍କ ପିଲା ଯଦି ଭଲ ପାଠ ପଢନ୍ତି ତାହାଲେ ସେହି ଦିଗରେ କଲ୍ୟାଣ ପାଣ୍ଠି ଅର୍ଥକୁ ଖର୍ଚ୍ଚ କରାଯିବ ବୋଲି ଜେଲ୍ ଅଧୀକ୍ଷକ ଡି.ଏନ୍ ବାରିକ ସୂଚନା ଦେଇଛନ୍ତି। ଜେଲ କ୍ୟାମ୍ପସରେ ଥିବା ଏକ ପୁରୁଣା ଘରକୁ ଉନ୍ନତିକରଣ କରାଯାଇ ସେଠାରେ କ୍ୟାଣ୍ଟିନ ଖୋଲାଯାଇଛି।

ସମ୍ବନ୍ଧିତ ଖବର