ଭୁବନେଶ୍ୱରର ୫ଟି ହସ୍ପିଟାଲରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗରେ ମୁମ୍ବାଇର ତୃତୀୟ ଲିଙ୍ଗୀ ଗିରଫ

ଭୁବନେଶ୍ୱର: କମିସନରେଟ ପୁଲିସ ମୁମ୍ବାଇର ଜଣେ ତୃତୀୟ ଲିଙ୍ଗୀକୁ ମଙ୍ଗଳବାର ଗିରଫ କରିଛି। ଚିକିତ୍ସା ଆଳରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ତୃତୀୟ ଲିଙ୍ଗୀ ଗିରଫ ହୋଇଥିବା ଜଣାପଡ଼ିଛି। ପୁଲିସ ଅନୁସାରେ ମୁମ୍ବାଇର ଏହି ଠକ ତୃତୀୟ ଲିଙ୍ଗ ଅଭିନବ ଉପାୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଚୁନା ଲଗାଉଥିଲେ। ଲିଙ୍ଗ ପରିବର୍ତ୍ତନ ନାଁରେ ସେ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ। ପରେ ସେ ତ୍ରୁଟିପୂର୍ଣ୍ଣ ଚିକିତ୍ସା କହି ହସ୍ପିଟାଲକୁ ବ୍ଲାକମେଲିଂ କରୁଥିଲେ।

ସେ ରାଜଧାନୀ ଭୁବନେଶ୍ୱରର ୫ଟି ହସ୍ପିଟାଲରୁ ଲକ୍ଷାଧିକ ଟଙ୍କା ହଡ଼ପ କରୁଥିଲା। ପରେ ୨ଟି ଘରୋଇ ହସ୍ପିଟାଲର ଅଭିଯୋଗ କ୍ରମେ କମିସନରେଟ ପୁଲିସ ତୃତୀୟ ଲିଙ୍ଗୀକୁ ଗିରଫ କରିଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ରାଜଧାନୀ ଭୁବନେଶ୍ୱରରେ ଜାତୀୟସ୍ତରର ବଡ଼ ବଡ଼ ହସ୍ପିଟାଲ ଗଢ଼ି ଉଠିଥିବା ବେଳେ ଏଠାକୁ ବାହାର ରାଜ୍ୟର ରୋଗୀ ଆସୁଛନ୍ତି। ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଚିକିତ୍ସା ସୁବିଧା ମିଳିପାରୁଛି। ଅନ୍ୟପକ୍ଷରେ ରୋଗୀ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଲୁଟିବା ପାଇଁ ବି କିଛି ଲୋକ ନିଜର ଯୋଜନା ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧିତ ଖବର