ଭୁବନେଶ୍ୱର: ଗୁରୁଦ୍ୱାରରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଗୁରୁଦ୍ୱାରରୁ ଗୁରୁବାର ଜଣେ ଯୁବକଙ୍କର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଅଳ୍ପ ସମୟ ପରେ ଗୁରୁଦ୍ୱାରରେ ପହଂଚିଥିଲା। ମୃତ ଯୁବକ ସୁବାଷ ନାୟକ ବୋଲି ଜଣାପଡ଼ିଛି। ସୁବାଷଙ୍କ ଘର କାଞ୍ଜିଆ ହୁଡା। ସେ ୩ ନଂ ହରିଜନ ବସ୍ତି ନିବାସୀ ବୋଲି ପୁଲିସ ଜାଣିବାକୁ ପାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

ସୁବାଷ ଗୁରୁଦ୍ୱାରରେ ଆଟେଣ୍ଡାଣ୍ଟ ଥିଲେ। ତାଙ୍କର ଗୁପ୍ତାଙ୍ଗକୁ କାଟି ଦିଆଯାଇଥିବାରୁ ସେ ଜୀବନ ହାରିଥିଲେ। ଚଟାଣରୁ ତାଙ୍କର ରକ୍ତାକ୍ତ ମୃତହେହକୁ ପୁଲିସ ଉଦ୍ଧାର କରିଛି। ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ପୁଲିସ ଅନୁମାନ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁଦ୍ୱାରରେ ଉତ୍ତେଜନା ଦେଖାଯାଇଛି। ସ୍ଥାନୀୟ ଲୋକେ ଗୁରୁଦ୍ୱାରରେ ଭଙ୍ଗାରୁଜା କରିଛନ୍ତି। ଏହା ପରେ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର