‌‌ଯୌତୁକ ପାଇଁ ବଧୂ ହତ୍ୟା, ୩ ଗିରଫ

ବାରଙ୍ଗ: ନନ୍ଦନକାନନ ଥାନା ଅଧୀନ ଗଣ୍ଡରପୁର ଗ୍ରାମର ଗୋକନପୁର ସାହିରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଜଣଙ୍କ ହେଲେ, ରଶ୍ମିରେଖା ପଢ଼ିଆରି(୨୩)। ରଶ୍ମିରେଖାଙ୍କୁ ତାଙ୍କ ସ୍ୱାମୀ ଆଶିଷ ପଢ଼ିଆରୀ(ବମ୍ବେଇ) ଓ ପରିବାର‌ଲୋକ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଅଭିଯୁକ୍ତ ସ୍ୱାମୀ ଆଶିଷ, ଶାଶୂ ଅରୂପା ଓ ଶ୍ୱଶୁର ଦିବାକରଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଆଶିଷଙ୍କୁ ଦାରୁଠେଙ୍ଗ ଗ୍ରାମର ଗୁରୁଚରଣ ଜେନାଙ୍କ ଝିଅ ରଶ୍ମିରେଖା ବିବାହ କରିଥିଲେ। ବିବାହର କିଛି ଦିନ ପରେ ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ଆଶିଷ ଓ ତାଙ୍କ ପରିବାର ଲୋକ ରଶ୍ମିରେଖାଙ୍କୁ କହିଥିଲେ। ଏଥିରେ ରଶ୍ମିରେଖା ରାଜି ନ ହେବାରୁ ଶ୍ୱଶୁର ଘରଲୋକେ ମିଳିମିଶି ତାଙ୍କୁ ନିର୍ଯାତନା ଦେଉଥିଲେ। ତେବେ ଏହାକୁ କେନ୍ଦ୍ର କରି ସେମାନେ ଗତକାଲି ଝିଅକୁ ପୋଡ଼ି ମାରି ଦେଇଛନ୍ତି ବୋଲି ଗୁରୁଚରଣ ଅଭିଯୋଗ କରିଛନ୍ତି। ଗୁରୁଙ୍କ ଅଭିଯୋଗ ଅନୁଯାୟୀ, ଝିଅକୁ ହତ୍ୟା କରିବା ପରେ ସେମାନେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଛନ୍ତି।

ସମ୍ବନ୍ଧିତ ଖବର