ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ‌କେମିତି ମାରିଥିଲା, ଦେଖାଇଲା

ଫରେଷ୍ଟ ପାର୍କରୁ ଜବତ ହେଲା ଖଣ୍ଡା

ଭୁବନେଶ୍ବର: ସୁଶାନ୍ତକୁ ରାସ୍ତାରୁ ହଟାଇବା ପାଇଁ ଆମେ ନିଷ୍ପତ୍ତି ନେଇସା‌ରିଥିଲୁ। ଯୋଜନା ମୁତାବକ ଆମେ ଦୁଇ ଜଣିଆ ହୋଇ କିଛି ଦୂରରେ ଜଗି ରହିଥିଲୁ। ସେ ଘରକୁ ଫେରୁଥିବା ବେଳେ ପ୍ରଥମେ ମୁଁ ତା ପଛପଟକୁ ଖଣ୍ଡାରେ ଚୋଟ ମାରିଥି‌ଲି। ‌ଚୋଟ ଖାଇବା ପରେ ସେ ପାଟିକରି ବାଇକ୍‌ରେ ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ଆଗପଟୁ ଆଉ ଦୁଇଜଣ ତା’ ମୁଣ୍ଡକୁ ଚୋଟ ପକାଇଥିଲେ। ସେ ତଳେ ପଡ଼ିଯିବା ପରେ ଘେରିଯାଇଥିଲୁ। ଆଉ ଚୋଟ ଉପରେ ଚୋଟ ମାରି ହତ୍ୟା କରିଥିଲୁ। ରିମାଣ୍ଡରେ ଆସିଥିବା ସୁଜିତ୍‌ ଜେରା ବେଳେ ପୁଲିସକୁ ଏଭଳି ବୟାନ ଦେଇଛି। ସେ ବ୍ୟବହାର କରିଥିବା ଖଣ୍ଡାକୁ ଫରେଷ୍ଟ ପାର୍କରେ ଫୋପାଡ଼ିଥିବା କହିଥିଲା। ପୁଲିସ ତାକୁ କଡ଼ାସୁରକ୍ଷା ଭିତରେ ଫରେଷ୍ଟ ପାର୍କ ନେବା ପରେ ସେ ସେଠାରେ ଲୁଚାଇଥିବା ଖଣ୍ଡାକୁ ବାହାର କରିଥିଲା।

କେବଳ ସେତିକି ନୁହେଁ ଘଟଣା ଦିନ କିଳଭି ହତ୍ୟା କରାଯାଇଥିଲା ସେ ସବୁର ଡେମୋ ଦେଖାଇଥିଲା। ଆସନ୍ତାକାଲି ସୁଜିତ୍‌ର ରିମାଣ୍ଡ ସରୁଛି। ଉଦ୍‌ବେଗର ବିଷୟ ୪ଦିନ ରିମାଣ୍ଡ ସମୟରେ ପୁଲିସ ସୁଜିତ୍‌କୁ ଯେତେ ଜେରା କରିଥିଲେ ବି ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ସେଭଳି କିଛି ତଥ୍ୟ ହାତେଇପାରି ନାହିଁ।

ପ୍ରକାଶ ଥାଉ କି, ସୁଶାନ୍ତ ନାୟକର ପରିବାର ସହ ଅଭିଯୁକ୍ତ ବିଶାଲର ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ବୁଧବାର ଭୋର ସାଢ଼େ ୪ଟା ସମୟରେ ସୁଶାନ୍ତ ପତ୍ନୀଙ୍କୁ ୟୁନିଟ୍‌-୪ରେ ଛାଡ଼ି ଘରକୁ ‌ଫେରୁଥିବା ବେଳେ ୟୁନିଟ୍‌-୧ ଗାର୍ଲସ ହାଇସ୍କୁଲ୍‌ ରୋଡ୍‌ରେ ଅଚାନକ ବିଶାଲ, ମାମୁ ସୁଜିତ୍ ସହ ମିଶି ଖଣ୍ଡା, କଟୁରିରେ ହାଣି ହତ୍ୟା କରିଥିଲେ। ଘଟଣାରେ ଅନ୍ୟମାନେ ଫେରାର୍‌ ଥିବା ବେଳେ ଅଭିଯୁକ୍ତ ସୁଜିତ ଗତ ୩୧ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିଥିଲା।

ସମ୍ବନ୍ଧିତ ଖବର