ଜରିପାଟଣାରେ ମହିଳାଙ୍କୁ ହତ୍ୟା ମାମଲା: ଧରାପଡ଼ିଲା ଫେରାର୍‌ ସ୍ବାମୀ

ଭୁବନେଶ୍ବର: ସ୍ତ୍ରୀକୁ ହତ୍ୟା କରିବା ପରେ ଫେରାର୍‌ ହୋଇଯାଇଥିବା ମଞ୍ଚେଶ୍ବର ଜରିପାଟଣା ଅଞ୍ଚଳର ପ୍ରଭାତ କୁମାର ପରିଡ଼ା(୨୯)କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗତକାଲି ରାତିରେ ସେ ପାଣ୍ଡରାରେ ତା’ର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଆଜି ମଞ୍ଚେଶ୍ବର ଥାନା ପୁଲିସ ପ୍ରଭାତକୁ କୋର୍ଟ ଚାଲାଣ କରିଛି ଏବଂ ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ସୂଚନାଯୋଗ୍ୟ ଯେ ୨୦୨୦ ମସିହାରେ ପ୍ରଭାତ ଓ ଲକ୍ଷ୍ମୀପ୍ରିୟା ବୈଦିକ ରୀତିରେ ବିବାହ କରିଥିଲେ। ପରେ ଅଧିକ ଯୌତୁକ ଦାବି କରି ଲକ୍ଷ୍ମୀପ୍ରିୟାଙ୍କୁ ଶ୍ବଶୁର ଘରେ ନିର୍ଯାତନା ଦିଆଯାଉଥିଲା। ଗତ ୮ ତାରିଖରେ ଲକ୍ଷ୍ମୀପ୍ରିୟାଙ୍କ ଦେହ ଖରାପ ଥିବା କହି ପ୍ରଭାତ ତାଙ୍କ ଶ୍ବଶୁରଙ୍କୁ ଫୋନ୍‌ କରି ଜଣାଇଥିଲେ। ତେବେ ସେ ପହଞ୍ଚିବା ବେଳକୁ ଲକ୍ଷ୍ମୀଙ୍କ ଶବ ଘରେ ପଡ଼ିଥିଲା ଏବଂ ପ୍ରଭାତ ସମେତ ପରିବାର ଲୋକେ ଫେରାର ହୋଇଯାଇଥିଲେ। ତେଣୁ ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ବାପା ପଦ୍ମଚରଣ ମହାନ୍ତି ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର