ଭୁବନେଶ୍ବର: ଆରାଧନା ଡ୍ୟାନ୍ସ ଏକାଡେମି ପକ୍ଷରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ନେହପ୍ରଭା ସାମନ୍ତରାୟଙ୍କ ଜନ୍ମ ଦିବସ ଅବସରରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ସସ୍ନେହ’ ଆଜି ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ୧୮ରୁ ୨୫ବର୍ଷ ବୟସର ପିଲାଙ୍କୁ ନେଇ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସୌରଭ ମହାନ୍ତି ପ୍ରଥମ, ଅଭିଶ୍ରୀ ପ୍ରିୟଦର୍ଶିନୀ ଦ୍ବିତୀୟ ଓ ଆଦିତ୍ୟ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏମାନଙ୍କୁ ‘ସ୍ନେହପ୍ରଭା ସାମନ୍ତରାୟ ଜାତୀୟ ବୃତ୍ତି ସମ୍ମାନ’ରେ ସମ୍ମାନିତ କରି ପ୍ରଥମ ବିଜେତାଙ୍କୁ ୧୦ହଜାର, ଦ୍ବିତୀୟଙ୍କୁ ୭ହଜାର ଓ ତୃତୀୟଙ୍କୁ ୫ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯାଇଛି।

Advertisment

ଏହି କାର୍ଯ୍ୟକ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ଡା, ମୀନାକ୍ଷୀ ବେହେରା, ଶ୍ରୀନିବାସ ଘଟୁଆରୀ ଉପସ୍ଥିତ ଥିଲେ। ସନ୍ଧ୍ୟା ଅଧିବେଶନ ‘ମା’ ତୋ ବିନା’ ଗୀତରୁ ଶୁଭାରମ୍ଭ କରାଯାଇଥିଲା। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଦ୍ୟୁତିମୟ ବେହେରା, କଣ୍ଠଦାନ କରିଥିଲେ ଚିତ୍ରସେନ ସ୍ବାଇଁ। ପରେ ଜ୍ୟୋତିର୍ମୟ ପଟ୍ଟନା‌ୟକ, ଅଭିପ୍ସା ପତି, ରାଜଶ୍ରୀ ମହାପାତ୍ର, ବିଜୟିନୀ ମଧୁସ୍ମିତା, ମୀନାକ୍ଷୀ ପ୍ରଧାନ, ସୁଜାତା ମଜୁମ୍‌ଦାର, ଶୁଭଶ୍ରୀ ପଟ୍ଟନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ପ୍ରମୁଖ ଏକକ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଅଶୋକ ତ୍ରିପାଠୀ, ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରଫେସର ଇନ୍ଦ୍ରାଣୀ ଦାସ, କ୍ୟାପଟେନ୍‌ ସରୋଜ ପ୍ରଧାନ, ଅଭିନେତା ସୌର ଦେଓ, ଗୁରୁ ଜ୍ୟୋତି ରାଉତ, ସସ୍ମିତା ରାଜହଂସ, କଲାଇମାନି ଗୁରୁ କାଲାବେବି ଚନ୍ଦ୍ରଶେଖର ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ସ୍ନେହପ୍ରଭା ସାମନ୍ତରାୟ ଓ ସମ୍ପାଦକ ଚିତ୍ରସେନ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।