‘ସୁରତରଙ୍ଗ’ର ନିଆରା ସଙ୍ଗୀତ ସନ୍ଧ୍ୟା: ଚନ୍ଦ୍ରମଲ୍ଲୀ ହ‌ସେ ଚିତ୍ରଲେଖା…

ଭୁବନେଶ୍ବର: ଚନ୍ଦ୍ରମଲ୍ଲୀ ହସେ ଚିତ୍ରଲେଖା… ସଙ୍ଗୀତ ପ୍ରେମରେ ପାଗଳ ହୋଇଥିଲେ କଣ୍ଠଶିଳ୍ପୀ। ଅବସର ଥିଲା ‘ସୁରତରଙ୍ଗ’ ପକ୍ଷରୁ ଜୟଦେବ ଭବନଠାରେ ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ କିଶୋର କୁମାର ଓ କିଂବଦନ୍ତି କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଅନନ୍ୟ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଚନ୍ଦ୍ରମଲ୍ଲୀ’। ଅକ୍ଷୟ ମହାନ୍ତିଙ୍କ ଚିରସବୁଜ ସଙ୍ଗୀତକୁ ତୋଳି ଧରିଥିଲେ ପୁଲିସ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଓ କିଶୋର କୁମାରଙ୍କ ସଙ୍ଗୀତ ପରିବେଷଣ କରିଥିଲେ ସତ୍ୟଜିତ ଦାସ। ସହଯୋଗୀ କଣ୍ଠଶିଳ୍ପୀଭାବେ ଆଭା ଶତରୂପା ପତି ଓ ଡଲି ରାଜ ସଙ୍ଗୀତ ପରିବେଷଣ କରିଥିଲେ।

ଏହି ଅବସରରେ ନିଲେ ନିଲେ ଅମ୍ବର ପର…, ମେରେ ମେହବୁବ…, ମେ ତେରେ ପ୍ୟାର ମେ ପାଗଲ୍‌…, କୋରା କାଗଜ ଥା…, ଚନ୍ଦ୍ରମଲ୍ଲୀ…, ଯାଯାବର…, ନଦୀ ତୋର ଦେଇଥିଲା ନାଁ… ଭଳି ୩୦ଟି ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି ଯୋଗ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ମୁରଲୀ ଶର୍ମା, ଉପଦେଷ୍ଟା ବିଧୁଭୂଷଣ ନାୟକ, ଗୌରୀଶଙ୍କର ମିଶ୍ର ଓ ବିକାଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ପୀୟୁଷ ମହାନ୍ତି ସଭା ପରିଚାଳନା ଓ ସଂଯୋଜନା କରିଥିବା ବେଳେ ମୁଖ୍ୟ ସଂଯୋଜକ ପ୍ରିୟରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର