ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘ରାଜଧାନୀ କଳା ନିକେତନ’ର ୨୪ତମ ବାର୍ଷିକ ଉତ୍ସବ ଅବସରରେ ସ୍ବତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ‘ଶିଶିର ମହୋତ୍ସବ’ ଗତକାଲି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର୍ ସମିତା ମହାନ୍ତି, ସମାଜସେବୀ ଦୁଷ୍ମନ୍ତ କୁମାର ମହନ୍ତ ଓ ଲେନିନ୍ ଲେଙ୍କା ଯୋଗ ଦେଇଥିଲେ।
ଗୀତିକାର ତଥା ସମାଜସେବୀ ମନୋରଞ୍ଜନ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ବୀରବର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ରାଜଧାନୀ କଳା ନିକେତନର ଛାତ୍ରଛାତ୍ରୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ବିଶେଷକରି ପିଲାମାନଙ୍କ କଣ୍ଠରେ ପୁରୁଣା ଗୀତଗୁଡ଼ିକ ବେଶ୍ ମନଛୁଆଁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/30-11.jpg)