୧୩ରେ ଲତା ଓ ହୋତାଜୀଙ୍କୁ ସଙ୍ଗୀତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ଭାରତରତ୍ନ ତଥା ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେଶକର ଓ ବିଶିଷ୍ଟ ସଙ୍ଗୀତଜ୍ଞ ଡ. ଦାମୋଦର ହୋତାଙ୍କ ସ୍ମୃତିରେ ଆସନ୍ତା ୧୩ ତାରିଖ ସଂଧ୍ୟାରେ ସ୍ବତନ୍ତ୍ର ସଙ୍ଗୀତ ସଂଧ୍ୟା ଅନୁଷ୍ଠିତ ହେବ। ସିନେକ୍ରିଟିକ୍‌ ଆସୋସିଏସନ୍‌, ସଂସ୍କୃତି ଓ ସଂସ୍କୃତି ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଉଭୟଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏଥିରେ ଲୋଭା ବିଶ୍ବାଳ, ଛନ୍ଦା ମିଶ୍ର, ଆଦ୍ୟାଶା ଦାଶ, ସୀମା ମହାନ୍ତି, ପ୍ରତିଭା ପ୍ରଧାନ, ଅଚ୍ୟୁତ ମିଶ୍ର, କୈଳାସ ମଲ୍ଲିକ, ଅରୋଶିଷ ପାଣି ଓ ଅର୍ଣ୍ଣବ ପଣ୍ଡା ପ୍ରମୁଖ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବେ ବୋଲି ସିନେ କ୍ରିଟିକ୍‌ ଆସୋସିଏସନ୍‌ର ସମ୍ପାଦକ ଦିଲ୍ଲୀପ ହାଲି କହିଛନ୍ତି।

ସମ୍ବନ୍ଧିତ ଖବର