ଭୁବନେଶ୍ବର: ‘ଜୋ ମେରି ରୁହ କୋ..., ‘ଗୁଲାବି ଆଖେଁ..., ‘ଟିପି ଟିପି ବର୍ଷା ପାନି..., ‘ସାରେ ରିସ୍ତେ ନାତେ... ଓ ‘ୟଶୋମତି ମୟା... ଆଦି ୯୦ ଦଶକର ସଙ୍ଗୀତର ସୁମଧୁର ମୂର୍ଚ୍ଛନାରେ ଆପ୍ୟାୟିତ ହେଉଥିଲେ ଶ୍ରୋତାମଣ୍ଡଳୀ। ଗୋଟିଏ ପରେ ଗୋଟିଏ ପ୍ରାୟ ୨୧ଟି ଗୀତ ଗାଇ କଣ୍ଠଶିଳ୍ପୀମାନେ ଜୟଦେବ ଭବନ ପ୍ରେକ୍ଷାଳୟକୁ ମୁଖରିତ କରୁଥିଲେ।
ଅବସର ଥିଲା, ‘ଦି ହେଭେନ୍ସ ଗ୍ରୁପ୍’ ପକ୍ଷରୁ ଆୟୋଜିତ ୧୧ତମ ବାର୍ଷିକ ଉତ୍ସବ ଉଦ୍ଦେଶ୍ୟରେ ଆୟୋଜିତ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଗୀତ ଗୀତିକା’। କାର୍ଯ୍ୟକ୍ରମରେ ସିନେକ୍ରିଟିକ୍ ଆସୋସେସନ୍ ସମ୍ପାଦକ ଦୀଲ୍ଲିପ ହାଲି, ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ଜେନା, ହେଭେନ୍ସ ଗ୍ରୁପ୍ର ସଭାପତି ବିଜୟ କୁମାର ପଟ୍ଟନାୟକ, ଗ୍ରୁପ୍ର ମୁଖ୍ୟ ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀନିବାସ ରାଓ, ଆୟୁଷ୍ମାନ୍ ପଣ୍ଡା, ମୁନ୍ମୁନ୍, ଅଶ୍ୱିନୀ, ସ୍ବୟଂଶ୍ରୀ, ପ୍ରତୀତି, ସୌମ୍ୟ, ଅରୁଣିମା, ନିରଜା, ଅଦ୍ରିକ, ଇଶୂନା, ଦେବପ୍ରୀତ, ବୈଷ୍ଣବୀ, ଶାନ୍ତନୁ ଓ ଅର୍ଣ୍ଣବ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ କୁମାର ଗୌରବ।