ମୋ ସାଇକେଲ୍‌, ସିଟିଜ୍‌ କାର୍ଯ୍ୟକ୍ରମ ସମୀକ୍ଷା

ଭୁବନେଶ୍ବର: ‘ମୋ ସାଇକେଲ୍‌’ ଓ ସିଟିଜ୍‌ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ବିଏସ୍‌ସିଏଲ୍‌ ସିଇଓ ବିଜୟ ଅମୃତା କୁଲାଙ୍ଗେ। ସ୍ମାର୍ଟ ସିଟି କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ସମୀକ୍ଷା ବୈଠକରେ ସାଇକେଲ୍‌ ଚାଳନା କିଭଳି ବଢ଼ିବ ତାହା ଉପରେ ଗୁରୁତ୍ବାରୋପ କରାଯାଇଛି। କରୋନା ପୂର୍ବରୁ ଦୈନିକ ୫ଶହରୁ ଅଧିକ ଲୋକ ସାଇକେଲ୍‌ ଚଳାଉଥିବା ବେଳେ ଏବେ ଏହି ସଂଖ୍ୟା ୩ଶହ ପାଖାପାଖି ରହିଛି। ଏଣୁ ଏହା କିଭଳି ବଢ଼ିବ ସେନେଇ ଉଦ୍ୟମ କରିବାକୁ କୁହାଯାଇଛି। ଶୀତଦିନ ଆସୁଥିବାରୁ ସାଇକେଲ୍‌ ପ୍ରତି କିଭଳି ଲୋକମାନେ ଆକୃଷ୍ଟ ହେବେ ସେ ନେଇ ସ୍ବତନ୍ତ୍ର ଯୋଜନା କରିବାକୁ ସିଇଓ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ନାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅର୍ବାନ୍‌ ଆଫାୟାର୍ସର ଏକ ଟିମ୍‌ ଭୁବନେଶ୍ବର ଗସ୍ତରେ ଅଛନ୍ତି। ଗସ୍ତ କାଳରେ ଟିମ୍‌ ସିଟିଜ୍‌ କାର୍ଯ୍ୟକ୍ରମ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ଅନେକ ଯୋଜନା ଥିଲେ ମଧ୍ୟ ବର୍ଷ ବର୍ଷ ଧରି ସେଗୁଡ଼ିକ ଆରମ୍ଭ ହୋଇ ପାରୁନାହିଁ। ଏଣୁ ଏହି କାର୍ଯ୍ୟକ୍ରମ ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକ କିଭଳି ଆଗେଇବ ସେ ନେଇ ମାନସମନ୍ଥନ ହୋଇଛି।

ସମ୍ବନ୍ଧିତ ଖବର