ଭୁବନେଶ୍ୱର: ତେଲେଙ୍ଗାନାର ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ବିଭୁ ପ୍ରସାଦ ଆଚାର୍ଯ୍ୟ, ବିଶିଷ୍ଟ ସ୍ଥପତି ତାରା ପ୍ରସାଦ ଧଳ ଏବଂ ପୂର୍ବତନ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ପ୍ରମୁଖ ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତ। ସ୍ଥାନୀୟ ୟୁନିଟ-୯ ଉଚ୍ଚ ବାଳକ ବିଦ୍ୟାଳୟର ପୁରାତନ ଛାତ୍ର ହିସାବରେ ନିଜ ବିଦ୍ୟାଳୟ ଉନ୍ନତି ପାଇଁ ସେମାନେ ଏହି ଅର୍ଥ ଦେଇଛନ୍ତି। ତେବେ ସ୍କୁଲର ପୁରାତନ ଛାତ୍ର ସଂସଦର ସଭାପତି ଅଶୋକ ବଳବନ୍ତରାୟ କହିଥିଲେ, ଇତିମଧ୍ୟରେ ସେମାନେ ‘ମୋ ସ୍କୁଲ’ ପାଇଁ ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲି ସାରିଛନ୍ତି। ଦେବାଶିଷ ମହାନ୍ତି କହିଥିଲେ, ସ୍କୁଲର ସମସ୍ତ ଖେଳକୁ ସେ ନିଜେ ପରିଚାଳନା କରିବେ। ସେହିଭଳି ଶ୍ରୀ ଧଳ କହିଥିଲେ ଯେ ସେମାନେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଆରମ୍ଭ କରିସାରିଛନ୍ତି। ଉତ୍କଳ ଦିବସ ଠାରୁ ଦଶମ ଶ୍ରେଣୀର ୩୦ ଜଣ ପିଲାଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି। ଚଳିତବର୍ଷ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରାଯାଉଥିବାରୁ ଏହି ଅବସରରେ ଉତ୍ସବର ଲୋଗୋକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ସାକ୍ଷାତ ସମୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ନିୟମାନୁଯାୟୀ ଦାନ ପରିମାଣର ଦୁଇ ଗୁଣ ଅର୍ଥାତ ୨୦ଲକ୍ଷ ଟଙ୍କା ଏହି ସ୍କୁଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ। ମିଳିବାକୁ ଥିବା ସମୁଦାୟ ୩୦ଲକ୍ଷ ଟଙ୍କାରେ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ, ଦକ୍ଷତା ବିକାଶ, ପାଠାଗାର, ବିଜ୍ଞାନଗାର, ସେମିନାର ଓ ଅନ୍ୟାନ ଭିତ୍ତିଭୂମିର ବିକାଶ କରାଯିବାକୁ ଯୋଜନା ରହିଛି।
ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ଦେଲେ ୧୦ଲକ୍ଷ ଟଙ୍କା
ୟୁନିଟ-୯ ଉଚ୍ଚ ବାଳକ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା
/sambad/media/post_attachments/wp-content/uploads/2018/07/mo-school-story.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)