ବିଧାନସଭା ସମ୍ମୁଖରେ ଯୁବକଙ୍କ ଉନ୍ମତ୍ତକାଣ୍ଡ; ମାଆ ବେକରେ ଛୁରୀ ଲଗାଇଲା ପୁଅ

ଭୁବନେଶ୍ବର : ବିଧାନସଭା ସାମ୍ନାରେ ମାଆ ବେକରେ ଛୁରୀ ଲଗାଇଲା ପୁଅ । ବିଧାନସଭା ଚାଲିଥିବା ବେଳେ ମାଆ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଲା ପୁଅ। ଦୀର୍ଘ ସମୟ ଧରି ଏଭଳି ହାଇଡ୍ରାମା ଚାଲିବା ପରେ ପୁଅଙ୍କୁ କାବୁ କରିବା ସହ ମାଆଙ୍କୁ ଉଦ୍ଧାର କରିଛି ପୁଲିସ । ତେବେ ଯୁବକ ଜଣକ କାହିଁକି ଏଭଳି କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

 

ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ନୟାଗଡର ଜିତେନ୍ଦ୍ର ପାଳ ବୋଲି ଜଣାପଡିଛି । ଯୁବକ ଜଣକ ନିଜ ମାଆଙ୍କୁ ମେଡିକାଲ ଦେଖାଇବାକୁ ଆଣିଥିଲେ । ତେବେ ଆଜି ବିଧାନସଭା ଚାଲିଥିବା ବେଳେ ଗେଟ୍ ସାମ୍ନାରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ । ଏପରିକି କିଛି ନେତା ମନ୍ତ୍ରୀଙ୍କ ନାଁ ନେଇ ଗାଳି ଦେଉଥିବାର ଦେଖିବାକୁ ମିଳିଥିଲା । ଆଉ ଯୁବକଙ୍କ ଏହି ହାଇଡ୍ରାମା ବିଧାନସଭା ସମ୍ମୁଖରେ ବେଶ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ମାଆଙ୍କୁ ଆକ୍ରମଣ ପଛରେ କ’ଣ କାରଣ ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସମ୍ବନ୍ଧିତ ଖବର