ଭୁବନେଶ୍ବର: ଆସନ୍ତା ୮ତାରିଖରୁ ବ୍ଲକ୍ସ୍ତରରେ ଧାରଣା ଓ ଅନଶନ କରିବ ନବନିର୍ମାଣ କୃଷକ ସଂଗଠନ। ଚାଷୀଙ୍କୁ ପେନସନ ଦେବା ଦାବିରେ ସଂଗଠନ ପକ୍ଷରୁ ଏହି ଧାରଣା ଅନୁଷ୍ଠିତ ହେବ। ଆଜି ସଂଗଠନର ରଘୁନାଥପୁରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଅକ୍ଟୋବର ୨୯ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଚାଷୀ ପେନ୍ସନ ଦାବିରେ ଚାଷୀମାନେ ଭୁବନେଶ୍ବର ଓ ବାଲୁଗାଁରୁ ପଦଯାତ୍ରାରେ ବାହାରିଥିଲେ। ମାତ୍ର ପୁଲିସ ସେମାନଙ୍କୁ ଅଟକାଇଥିଲା। ସରକାରଙ୍କ ପକ୍ଷରୁ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଥିଲା। କମିଟି ପକ୍ଷରୁ ୨ଥର ବୈଠକ ବସିଥିଲେ ହେଁ ଚାଷୀ ସୁରକ୍ଷା ଭତ୍ତା ନେଇ କୌଣସି ଆଲୋଚନା ହୋଇନାହିଁ। ଚାଷୀଙ୍କୁ ପେନସନ୍ ଲାଗୁ ନ ହେବା ପର୍ଯ୍ୟନ୍ତ ବିଭିନ୍ନ ମାର୍ଗରେ ଆନ୍ଦୋଳନ କରାଯିବ। ଗାଁ ଗାଁକୁ ଆନ୍ଦୋଳନ ବ୍ୟାପିବ। ତେଣୁ ଆସନ୍ତା ୮ତାରିଖରୁ ଧାରଣା ଆରମ୍ଭ ହେବ ବୋଲି ଶ୍ରୀ କୁମାର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ରଶ୍ମିରଂଜନ ସ୍ବାଇଁ, ମନୱର ଅଲ୍ଲୀ, ସଚିନ୍ମୟ ମହାପାତ୍ର, ଶୁଭେନ୍ଦୁ ମଲ୍ଲିକ ଓ ସନାତନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
୮ରୁ ନବନିର୍ମାଣ କୃଷକ ସଂଗଠନର ଅନଶନ
/sambad/media/post_attachments/wp-content/uploads/2018/12/fa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)