ଭୁବନେଶ୍ବର: ବର୍ଷିଆନ୍ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ଏକ ଆଂଶିକ ଉପନ୍ୟାସ ‘ନବଗୁଞ୍ଜର’ର ଆଜି ପାଠକାର୍ପଣ ହୋଇଥିଲା। ପୁରୁଣା ବସ୍ଷ୍ଟାଣ୍ଡସ୍ଥିତ ନାରାୟଣୀ ବୁକ୍ ଷ୍ଟୋର୍ ସମ୍ମୁଖରେ ‘କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଖକ ଜଗନ୍ନାଥ ପ୍ରସାଦ ଦାସ, ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ପ୍ରଫେସର୍ ଯତୀନ୍ଦ୍ର ନାୟକ, କବି କେଦାର ମିଶ୍ର, ରବୀନ୍ଦ୍ର କୁମାର ସ୍ବାଇଁ, ଅନିଲ ପ୍ରଧାନ, ପ୍ରଦୋଷ ମହାନ୍ତି, ଆଶିଷ ନନ୍ଦ, ସୁବ୍ରତ ସେନାପତି, ଅଙ୍କିତ ରଥ, ସଞ୍ଜୟ କୁମାର ବାଗ, ସୁମନ ଦାସ, ରଚିତା ସ୍ବାଇଁ, ଈଶା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ପାଠକମାନେ କିଣୁଥିବା ବହିରେ ଶ୍ରୀ ଦାସ ଦସ୍ତଖତ କରିବା ସହ ତରୁଣ ଲେଖକ ଓ ପାଠକଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ପାଠକଙ୍କ ସହ ଲେଖକଙ୍କର ଭାବଗତ ସମ୍ପର୍କ ଅଧିକ ନିବିଡ଼ ହେବାକୁ ହେଲେ ଲେଖକକୁ ପାଠକ ପାଖରେ ପହଞ୍ଚାଇବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଥିଲେ।