ଭୁବନେଶ୍ୱର : ବରଗଡ଼ରୁ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ରିକା ‘କୋଶଲ ଟାଇମ୍‌’ ପକ୍ଷରୁ ତୃତୀୟ ବର୍ଷ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଗୁରୁବାର ଭଞ୍ଜକଳା ମଣ୍ଡପରେ ପାଳନ କରାଯିବ। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମହାନ୍‌ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ସହ ସେମାନଙ୍କ ପରିବାରର ଦାୟାଦଙ୍କୁ ସମ୍ବିର୍ଧିତ କରାଯିବ।

Advertisment

ବରଗଡ଼ ଜିଲ୍ଲା ପାଣିମୋରା ଗ୍ରାମର ଦୁଇଜଣ ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ସମ୍ମାନିତ କରାଯିବ। ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ରଣଜିତ୍‌ ଗୁରୁ, ପ୍ରଖ୍ୟାତ ସମ୍ବଲପୁରୀ ଗୀତିକାର କ୍ଷୀତିପତି ସାହୁ, ବିନୋଦ ପଶାୟତ, ଗାୟକ ହୃଷୀକେଶ ମେହେର, ବିଭୂତି ମେହେର, ଦିବ୍ୟାଙ୍ଗ ସଙ୍ଗୀତକାର ସମ୍ପଦ କୁମାର ମେହେରଙ୍କୁ ‘ପ୍ରତିଭା ପୂଜା’ ସମ୍ମାନ ପ୍ରଦାନ କରାଯିବ। ସମାରୋହରେ ଅତିଥି ଭାବେ ବାଚସ୍ପତି ପ୍ରଦୀପ ଅମାତ, କୃଷି ମନ୍ତ୍ରୀ ଡ. ଦାମୋଦର ରାଉତ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ବିଶିଷ୍ଟ ଲେଖକ ପଦ୍ମଚରଣ ନାୟକ ଯୋଗ ଦେବେ ବୋଲି କୋଶଲ ଟାଇମ୍‌ର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ର ଜଣାଇଛନ୍ତି।