ଭୁବନେଶ୍ବର: ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜୟନ୍ତୀ ଲୋୟର ପିଏମ୍ଜିରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ନିଶା ନିବାରଣ ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରାଯାଇଛି।
ମୋନାର ସଭାପତି ପଦ୍ମଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ କହିଲେ, ଆଧୁନିକ ଓଡ଼ିଶା ଗଠନରେ ମୁଖ୍ୟମନ୍ତ୍ରୀ ଭାବେ ନବକୃଷ୍ଣ ଚୌଧୁରୀ ଅନେକ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ଲୋକଙ୍କ ଅଧିକାର ସପକ୍ଷରେ ସର୍ବଦା ଲଢ଼ୁଥିବା ବେଳେ ମଦ ରାଜ୍ୟର ବିକାଶ ଧାରାରେ ବାଧକ ବୋଲି ସେ ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ୧୯୫୬ ନିଶା ନିବାରଣ ଆଇନ ବିଧାନସଭାରେ ପାରିତ କରିଥିଲେ। ମାତ୍ର ପରବର୍ତୀ ମୁଖ୍ୟମନ୍ତ୍ରୀମାନେ ଏହାକୁ କାର୍ଯ୍ୟକାରୀ କରାଇପାରିଲେ ନାହିଁ। ଆଜି ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନରେ ଫୁଲ ମାଳ ପକେଇବା ଅପେକ୍ଷା ନିଶା ନିବାରଣ ଆଇନକୁ କାର୍ଯ୍ୟ କରାଇପାରିଲେ, ତାହା ତାଙ୍କ ପାଇଁ ଉଚିତ ସମ୍ମାନ ହେବ। ଅନ୍ୟପକ୍ଷରେ ବିହାର ନିର୍ବାଚନରେ ନୀତୀଶ କୁମାର ଜିତିବା ପଛରେ ମଦ ବନ୍ଦ ଏକ ଅସ୍ତ୍ର ହୋଇଥିଲା। ଅଗଣିତ ମା’ ଓ ଭଉଣୀଙ୍କର ସମର୍ଥନ ତାଙ୍କ ପ୍ରତି ରହିଥିଲା। ଆଗାମୀ ଦିନରେ ବିହାର ଭଳି ଓଡ଼ିଶାର ୫୦ ପ୍ରତିଶତ ମହିଳା ଭୋଟ୍ଦାତା ନିଜର ସ୍ଥିତି ଜାହିର କରିବା ପୂର୍ବକ ମଦ ବନ୍ଦ କରିବାକୁ ଶାସନକଳକୁ ବାଧ୍ୟ କରନ୍ତୁ ବୋଲି ଅତିଥିମାନେ କହିଥିଲେ।
ଏହି ଅବସରରେ ସ୍ତମ୍ଭକାର ଡ. ଭଗବାନ ପ୍ରକାଶ, ଉତ୍କଳ ସମ୍ମିଳନୀ ସଭାପତି ଡ. ଅଦ୍ବୈତ ପାତ୍ର, ପ୍ରହ୍ଲାଦ ସିଂ, କାହ୍ନୁ ବେଉରା, ମଳୟ ତ୍ରିପାଠୀ, ଗିରିଜା ନାୟକ, ଅପର୍ଣ୍ଣା ନାୟକ, ଇନ୍ଦୁମତୀ ସାହୁ, ବାଣୀ ଦାସ, ରମେଶ ମହାନ୍ତି, ରମାକାନ୍ତ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଡ. ଅଦ୍ବୈତ କୁମାର ପାତ୍ରଙ୍କ ସଂକଳନରେ ପ୍ରସ୍ତୁତ ପୁସ୍ତକ ‘ନିଶା ହଟାଅ, ଦେଶ ବଞ୍ଚାଅ’ ଲୋକାର୍ପିତ ହୋଇଥିଲା।
ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ: ନିଶା ନିବାରଣ ଆଇନ ତୁରନ୍ତ ଲାଗୁ କର
/sambad/media/post_attachments/wp-content/uploads/2020/11/FH56F4SH6S5F4H65SF4H65SF.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)