ମୃତ ଚାଷୀଙ୍କ ପାଇଁ ନବନିର୍ମାଣ ଯୁବ ଛାତ୍ର ସଂଗଠନର ଦୀପଦାନ

ଭୁବନେଶ୍ୱର: ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଉତ୍ତରା ମା’ ଦୁଲ୍ଲାଦେଇ ମନ୍ଦିର ନିକଟରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏଥିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍‌ ଡି ମନଓ୍ଵାର ଅଲ୍ଲୀ ଯୋଗ ଦେଇଥିଲେ। ଛାତ୍ରନେତା ଅମିତ କୁମାର ଜେନା, ବିଶ୍ୱଭୂଷଣ ମହାନ୍ତି, ସିଦ୍ଧାନ୍ତ କୁମାର ପଣ୍ଡା, ଯଶୋବନ୍ତ ଦାସ, ଚନ୍ଦନ ମହାରଣା ଓ ସଂକଳ୍ପ ଇଣ୍ଡିଆ ଗ୍ରୁପ୍‌ର ସଂଗଠକ ଅଭିଷେକ ଖୁଣ୍ଟିଆ, ସତ୍ୟପ୍ରକାଶ, ପ୍ରୀତି ପ୍ରକାଶ ପରିଡ଼ା, ଦେବାଶିଷ ଓ ଲକିି ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର