ମହିଳାଙ୍କ ଆର୍ଥିକ ବିକାଶରେ ନାବାର୍ଡର କାର୍ଯ୍ୟ ସ୍ୱାଗତଯୋଗ୍ୟ

ବାଲିପାଟଣା : ମହିଳାମାନେ ସ୍ୱାବଲମ୍ବୀ ହେଲେ ସେମାନଙ୍କ ଦକ୍ଷତା ଓ ଆର୍ଥିକ ବିକାଶ ଘଟିବ। ଯାହା ରାଜ୍ୟ ପାଇଁ ବେଶ୍‌ ଭଲ ସୂଚନା। ଏଭଳି କାର୍ଯ୍ୟରେ ନାବାର୍ଡର ଭୂମିକା ସ୍ୱାଗତଯୋଗ୍ୟ ବୋଲି ଆଜି ବାଲିପାଟଣା ବ୍ଲକ୍‌ ଅନ୍ତର୍ଗତ ମୁକୁନ୍ଦାଶପୁରଠାରେ ଆୟୋଜିତ ଜୀବିକା ବିକାଶ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରକାଶ କରିଛନ୍ତି। ଆଜିର ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ଓଡ଼ିଶା ମୁଖ୍ୟ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ବାଲିପାଟଣା ତହସିଲଦାର ପ୍ରାଚୀ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଶଶିଭୂଷଣ ପାତ୍ର, ବାଲିପାଟଣା ବିଡିଓ ରଶ୍ମିରେଖା ଦାସ, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ୯୦ଜଣ ମହିଳାଙ୍କୁ ଚାନ୍ଦୁଆ ଟ୍ରେନିଂ ଦିଆଯିବା ପାଇଁ ପ୍ରଥମ ଦଫାରେ ୩ଲକ୍ଷ୯୦ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଉତ୍ସବରେ ମହିଳା ଶ୍ରମିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବି ବି ଜେଠୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର