ନାଦ ଓ ନୃତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଭଞ୍ଜକଳା ମଣ୍ଡପ‌ରେ ଚାଲିଥିବା ନାଦ ଓ ନୃତ୍ୟ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଅର୍ଘ୍ୟରେ ବର୍ଷା ମୋହିନୀ ଦାସ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ରୋଜାଲିନ୍‌ ସୁନ୍ଦରାୟ ଓ ତପନ ସାହୁଙ୍କ ଦ୍ବାରା ଦ୍ବୈତ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆକାଂକ୍ଷା ମିଶ୍ର, ରୋଜାଲିନ୍‌ ପଣ୍ଡା, ଚିନ୍ମୟ ଦାସ ଏକକ ଓଡ଼ିଶୀ ନୃତ୍ୟ ପରିବଷେଣ କରିଥିବା ବେଳେ ରୁପା ପାଲ ଓ ରଶ୍ମିତା ପରମାଣିକ ଏବଂ ବସନ୍ତ କୁମାର ନନ୍ଦ ଓ ସୁଜାତା ମାଣିକ ଦ୍ବୈତଓଡ଼ିଶୀ ପରିବେଷଣ କରିଥିଲେ। ସେହିପରି ଦ୍ବିତୀୟ ଅଧିବେଶନରେ ସାୟନା ଚକ୍ରବର୍ତ୍ତୀ ଓ ମଧୁସ୍ମିତା ନାୟକ ଦ୍ବୈତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ରଶ୍ମିରଞ୍ଜନ ସ୍ବାଇଁ, ବିଦ୍ୟା ବିଶ୍ବଜିତା ଏକକ ଓଡ଼ିଶୀ ନୃତ୍ୟ ଏବଂ ବିଦିଶା ବସୁମଲ୍ଲିକ ଓ ରୋହିଣୀ ସାମଲ, ଶିଳ୍ପା ସୁମନ ଚୌଧୁରୀ ଓ ପ୍ରଶାନ୍ତି ଜେନା, ସ୍ବର୍ଣ୍ଣାଙ୍କୀ ଦାସ ଓ ପିନାକୀ ଦାସଙ୍କ ଦ୍ବୈତ ଓଡ଼ିଶୀ ନୃତ୍ୟରେ ପ୍ରେକ୍ଷାଳୟ କମ୍ପିଥିଲା।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ଅରୁଣା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମିର ଉପସଭାପତି ମନ୍ମଥ ଶତପଥୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଭୁବନେଶ୍ବର, ୨୭।୫ (ଇମିସ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଭଞ୍ଜକଳା ମଣ୍ଡପ‌ରେ ଚାଲିଥିବା ନାଦ ଓ ନୃତ୍ୟ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଅର୍ଘ୍ୟରେ ବର୍ଷା ମୋହିନୀ ଦାସ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ରୋଜାଲିନ୍‌ ସୁନ୍ଦରାୟ ଓ ତପନ ସାହୁଙ୍କ ଦ୍ବାରା ଦ୍ବୈତ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆକାଂକ୍ଷା ମିଶ୍ର, ରୋଜାଲିନ୍‌ ପଣ୍ଡା, ଚିନ୍ମୟ ଦାସ ଏକକ ଓଡ଼ିଶୀ ନୃତ୍ୟ ପରିବଷେଣ କରିଥିବା ବେଳେ ରୁପା ପାଲ ଓ ରଶ୍ମିତା ପରମାଣିକ ଏବଂ ବସନ୍ତ କୁମାର ନନ୍ଦ ଓ ସୁଜାତା ମାଣିକ ଦ୍ବୈତଓଡ଼ିଶୀ ପରିବେଷଣ କରିଥିଲେ। ସେହିପରି ଦ୍ବିତୀୟ ଅଧିବେଶନରେ ସାୟନା ଚକ୍ରବର୍ତ୍ତୀ ଓ ମଧୁସ୍ମିତା ନାୟକ ଦ୍ବୈତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ରଶ୍ମିରଞ୍ଜନ ସ୍ବାଇଁ, ବିଦ୍ୟା ବିଶ୍ବଜିତା ଏକକ ଓଡ଼ିଶୀ ନୃତ୍ୟ ଏବଂ ବିଦିଶା ବସୁମଲ୍ଲିକ ଓ ରୋହିଣୀ ସାମଲ, ଶିଳ୍ପା ସୁମନ ଚୌଧୁରୀ ଓ ପ୍ରଶାନ୍ତି ଜେନା, ସ୍ବର୍ଣ୍ଣାଙ୍କୀ ଦାସ ଓ ପିନାକୀ ଦାସଙ୍କ ଦ୍ବୈତ ଓଡ଼ିଶୀ ନୃତ୍ୟରେ ପ୍ରେକ୍ଷାଳୟ କମ୍ପିଥିଲା। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ଅରୁଣା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମିର ଉପସଭାପତି ମନ୍ମଥ ଶତପଥୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର