ନାଗାର୍ଜୁନ ବେଶରେ ମହାପ୍ରଭୁ

ଭୁବନେଶ୍ବର : ନାଗାର୍ଜୁନ ବେଶରେ ସଜେଇ ହୋଇଥିଲେ ମହାପ୍ରଭୁ। ଦୀର୍ଘ ୨୬ବର୍ଷ ପରେ ମହାପ୍ରଭୁଙ୍କ ଏହି ବିରଳ ବେଶ ହୋଇଥି‌ଲେ ହେଁ କରୋନା ଏହି‌ ବେଶ ଦେଖିବାରେ କଣ୍ଟା ସାଜିଥିଲା। ଆଜି ରାଜଧାନୀର ନ’ତାଲାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର, ଚନ୍ଦ୍ରଶେଖରପୁରସ୍ଥିତ କିସ୍‌ ଶ୍ରୀବାଣୀ କ୍ଷେତ୍ର, ଶୈଳଶ୍ରୀ ବିହାରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର, ୟୁନିଟ୍‌-୫ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ରୀତିନୀତି ସମ୍ପନ୍ନ ହେବା ସହ ନାଗାର୍ଜୁନ ବେଶ ହୋଇଥିଲା। ସେବାୟତ ଓ ମନ୍ଦିର କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପଞ୍ଚୁକ ୬ ଦିନ ପଡ଼ୁଥିବାରୁ ମହାପ୍ରଭୁଙ୍କର ୬ ବେଶ ଅନୁଷ୍ଠିତ ହେବ। ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ବିତୀୟ ଦିନ ବାଙ୍କଚୁଡ଼ା ବେଶ ପରେ ଆଜି ନାଗାର୍ଜୁନ ବେଶ ହୋଇଥିଲା। ପରେ ଲକ୍ଷ୍ମୀସିଂହ ବେଶ, ତ୍ରିବିକ୍ରମ ବେଶ କରାଯିବ ବୋଲି ଆର୍‌ସିଏମ ଜଗନ୍ନାଥ ମନ୍ଦିରର ପୂଜକ ସାରଦା ପ୍ରସାଦ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର