ଭୁବନେଶ୍ୱର : ଗତ ୬ ତାରିଖରେ ସାହିତ୍ୟ ପତ୍ରିକା ‘ନୟିଧାରା’ ପକ୍ଷରୁ ପାଟ୍ନାର ତାରାମଣ୍ଡଳ ପ୍ରେକ୍ଷାଳୟରେ ୨୦୧୭ ବର୍ଷର ‘ଉଦୟରାଜ ସିଂହ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପାଇଁ ବିଶିଷ୍ଟ ହିନ୍ଦୀ ଲେଖିକା ତଥା ଗୋଆର ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ସହିତ ବିଶିଷ୍ଟ ହିନ୍ଦୀ ଔପନ୍ୟାସିକ ସୁରେଶ ଉନିୟାଲ, ହିନ୍ଦୀ କବି ବି.ଆର.ବିପ୍ଲବୀ ଏବଂ ବିଶିଷ୍ଟ ଓଡ଼ିଆ ଲେଖକ ଗୌରହରି ଦାସଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଥିଲେ, ସାହିତ୍ୟ ସମାଜକୁ ଦିଶା ନିର୍ଦ୍ଦେଶ କରିଥାଏ। ଏକଦା ଜାଁ ପଲ୍ ସାର୍ତ୍ତ୍ର ଫ୍ରାନ୍ସର ଅସ୍ମିତା ପାଲଟିଥିଲେ ଏବଂ ସାତ୍ର୍ତ୍ରଙ୍କୁ ହିଁ ଫ୍ରାନ୍ସ ବୋଲି ବୁଝାଯାଉଥିଲା। ବିଶିଷ୍ଟ ଅତିଥି ମୃଦୁଳା ସିହ୍ନା କହିଥିଲେ ଯେ, ଭାରତର ସାହିତ୍ୟର ଆତ୍ମା ତାହାର ଲୋକ ସାହିତ୍ୟରେ ରହିଛି। ସାଧାରଣ ଲୋକମାନେ ହିଁ ସାହିତ୍ୟକୁ ବଞ୍ଚାଇ ରଖିଛନ୍ତି। ପତ୍ରିକାର ମୁଖ୍ୟ ସମ୍ପାଦକ ପ୍ରମଥରାଜ ସିଂହ ସୂଚନା ଦେଇଥିଲେ ଯେ ୨୦୧୬-୧୭ରେ ନୟିଧାରାରେ ପ୍ରକାଶିତ ଲେଖାଗୁଡ଼ିକୁ ନେଇ ପୁରସ୍କାର ଓ ସମ୍ମାନ ଦିଆଯାଇଛି। ପ୍ରସିଦ୍ଧ ଲେଖିକା ଚିତ୍ରା ମୁଦ୍ଗଲଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତି ଦ୍ୱାରା ତାହା ଚୂଡ଼ାନ୍ତ ହୋଇଥିଲା। ଶେଷରେ ପ୍ରସିଦ୍ଧ ହିନ୍ଦୀ ଲେଖକ ବଳରାମ ଧନ୍ୟବାଦ ଅର୍ପଣ କରିଥିଲେ। ‘ନୟିଧାରା’ ପତ୍ରିକାର ସମ୍ପାଦକ ଶିବନାରାୟଣ ସିଂହ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଓଡ଼ିଆ ଲେଖକ ‘ନୟିଧାରା’ ପୁରସ୍କାରରେ ସମ୍ମାନିତ
/sambad/media/post_attachments/wp-content/uploads/2017/11/G-Das-in-Patna2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)