ଚନ୍ଦ୍ରଶେଖରପୁର : ନାଲ୍କୋ ଛକରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୩ଟି ପରିବାର ପୂରା ସର୍ବସ୍ବାନ୍ତ ହୋଇପଡ଼ିଛି। ମୃତ୍ୟୁବରଣ କରିଥିବା ମୋଟ ୪ଜଣଙ୍କ ମଧ୍ୟରୁ ୩ ଜଣ ଯୁବକଙ୍କ ପରିବାର ସେମାନଙ୍କ ଏକମାତ୍ର ରୋଜଗାରିଆ ପୁ୍ଅମାନଙ୍କୁ ହରାଇଛନ୍ତି। ଫଳରେ ଏହି ଦୁର୍ଘଟଣା ସେମାନଙ୍କ ପରିବାର ପାଇଁ କାଳ ସାଜିଥିବା କୁହାଯାଉଛି।
ମୃତକ ଦେବବ୍ରତ ଦାସ ଓ ପ୍ରିୟରଂଜନ ଦାସ କୃଷି ବିଭାଗର କର୍ମଚାରୀ ଥିଲେ। ଦେବ ଭଦ୍ରକରେ ଓ ପ୍ରିୟ ଚାନ୍ଦବାଲିରେ କାମ କରୁଥିଲେ। ଉଭୟ ନିଜ ନିଜ ଅଞ୍ଚଳର କୃଷକମାନଙ୍କ ପାଇଁ ବେଶ୍ ଭଲ କାମ କରୁଥିଲେ। ସେମାନଙ୍କ ସହ ପେଷ୍ଟିସାଇଡ୍ କମ୍ପାନିର କାମ କରୁଥିବା ବରଦା ପ୍ରସାଦ ପରିଡ଼ାଙ୍କର ଉତ୍ତମ ସମ୍ପର୍କ ଥିଲା। ସେଦିନ ସେମାନେ ବରଦାଙ୍କ କମ୍ପାନିରେ ହେବାକୁ ଥିବା ଏକ ପେଷ୍ଟିସାଇଡ୍ କର୍ମଶାଳାରେ ଯୋଗ ଦେବାକୁ ଆସିଥିଲେ। ରାତି ପାହିଲେ ସେମାନେ କମ୍ପାନିର କର୍ମଶାଳାରେ ଯୋଗ ଦେଇଥା’ନ୍ତେ ଓ ଚଳିତବର୍ଷର ଫସଲ ପାଇଁ ଚାଷୀମାନେ କି ଔଷଧ ବ୍ୟବହାର କରିବେ, ତାହା ଉପରେ ଜ୍ଞାନ ଆହରଣ କରିଥାଆନ୍ତେ। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। ନାଲ୍କୋ ଛକରେ ସେମାନେ ଏକାଠି ଆଖି ବୁଜିଦେଲେ। ଚାଷୀମାନଙ୍କ ପାଇଁ ଚିନ୍ତା କରୁଥିବା ତିନି ବନ୍ଧୁ ଅକାଳରେ ଝଡ଼ି ପଡ଼ିଲେ। ଫଳରେ ଏବେ ଭଦ୍ରକ ଓ ଚାନ୍ଦବାଲିରେ କୃଷକ ମହଲରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/accident-2-1.jpg)