ଖଣ୍ଡଗିରି:  କଟକ ଜିଲ୍ଲ‌‌ା ନରଣପୁରସ୍ଥିତ କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜୀବନରେ ଗୁରୁଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଶାସନିକ ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡା ଆଷାଢ଼ ପୂର୍ଣ୍ଣିମାରେ ଗୁରୁପୂର୍ଣ୍ଣିମା, ସେପ୍ଟେମ୍ବର ପାଞ୍ଚତାରିଖରେ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମଦିନ ଓ ଗୁରୁଦିବସର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ। କେଏମ୍‌ବିବି ଶିକ୍ଷା ସମୂହର ନିର୍ଦ୍ଦେଶକ ବିଜୁନି ଚରଣ ସୂତାର ଆଦର୍ଶ ଶିକ୍ଷକଙ୍କ ଆଚରଣ, ଉଚ୍ଚାରଣ, ଚରିତ୍ର ଓ ଚିତ୍ର ଦ୍ବାରା ଛ‌ାତ୍ର ସମାଜ ପ୍ରଭାବିତ ‌ହୁଅନ୍ତି । ସେହିଭଳି ଛାତ୍ର ସମାଜର ପ୍ରତିଷ୍ଠା ଓ ପ୍ରଗତି ପଛରେ ଶିକ୍ଷକଙ୍କ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥି‌ଲେ।

ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ

Advertisment

ଭୁବନେଶ୍ବର: ଖୋର୍ଦ୍ଧାସ୍ଥିତ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଦାର୍ଶନିକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଛାତ୍ରଛାତ୍ରୀମାନେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଭାରେ କଲେଜର ଅଧ୍ୟକ୍ଷ ଡ. ସୁଧାଂଶୁ ଶେଖର ମହାରଣା ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ଡିନ୍‌ ଅଫ୍ ‌ଏକାଡେମିକ୍‌ ଡ. ପ୍ରସନ୍ନ କୁମାର ନାୟକ ଦେଶ ଗଠନରେ ଛାତ୍ରଛାତ୍ରୀମାନେ ବ୍ରତୀ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହି ସଭାରେ ୬୬୨ କଲେଜ ଆସୋସିଏସନର ସାଧାରଣ ସଂପାଦକ ଡ. ସତପୁଦିନ୍ ଅହମଦ ଓ ମନ୍ଦାରବସ୍ତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ସାହୁଙ୍କୁ ଶିକ୍ଷକରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶେଷରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।  ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ

ଭୁବନେଶ୍ବର ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଗୁରୁ ଦିବସ ଓ ଯୁକ୍ତଦୁଇ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦେବାନନ୍ଦ ମହାପାତ୍ର ଓ ହାଇଟେକ୍ ସ୍କୁଲ୍‌ ଅଫ୍ ନର୍ସିଂର ଅଧ୍ୟକ୍ଷ ଡ. ରୀତା ଲେଙ୍କା ଅତିଥି ଭା‌ବେ ଯୋଗ ଦେଇଥିଲେ। ଏହି ଅବସରରେ ହାଇଟେକ୍ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ସାହୁ, ଉପାଧ୍ୟକ୍ଷ ବିଭୂତି ଭୁଷଣ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।