ବାରଙ୍ଗ : ବାତ୍ୟା ମୁକାବିଲା ପାଇଁ ନନ୍ଦନକାନନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନକୁ ବନ୍ଦ ଘୋଷଣା କରାଯାଇଛି। ଉପନିର୍ଦେଶକ ଜୟନ୍ତ ଦାସଙ୍କ ତତ୍ତ୍ବାବଧାନରେ ଜୀବଜନ୍ତୁଙ୍କ ଖୁଆଡ଼କୁ ଲାଗି ରହିଥିବା ଗଛର ଡାଳ କାଟି ସଫା କରାଯାଇଛି। ସମସ୍ତ ଜୀବଜନ୍ତୁଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ଲାଗି କର୍ମଚାରୀମାନଙ୍କୁ ପୃଥକ ପୃଥକ କରି ନିୟୋଜିତ କରାଯାଇଛି। ଆସନ୍ତା ୩ ଦିନ ପାଇଁ ଅବଶ୍ୟକ ପରିମାଣରେ ଖାଦ୍ୟ ଓ ପାନୀୟ ମହଜୁଦ୍ ରଖାଯାଇଛି। ଦାୟିତ୍ବରେ ଥିବା କର୍ମଚାରୀମାନେ ଖୁଆଡ଼ ନିକଟରେ କଟର, ଜେନେରେଟର୍ ଓ ପମ୍ପ ସହ ସଜାଗ ରହିଛନ୍ତି। ପ୍ରାଣୀ ଚିକିତ୍ସାଳୟର ଚିକିତ୍ସକ ଓ କର୍ମଚାରୀମାନେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖି ସଜାଗ ରହିଛନ୍ତି। ଆଜି ବାଘ, ସିଂହ, ଭାଲୁ, କଲରାପତରିଆ ବାଘ, ସିମ୍ପାଞ୍ଜି, ଓରାଙ୍ଗଓଟାନଙ୍କୁ ସେମାନଙ୍କ ଖୁଆଡ଼କୁ ସଂଲଗ୍ନ କରିଥିବା ଗୃହ ମଧ୍ୟରେ ଆବଦ୍ଧ କରାଯାଇଛି। ବାତ୍ୟା ସରିବା ପର୍ଯ୍ୟନ୍ତ ସେଠାରେ ସେମାନେ ରହିବେ। ବିହଙ୍ଗ ବିହାରରେ ରହିଥିବା ଜଳଚର ପକ୍ଷୀଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ନନ୍ଦନକାନନ ନିେର୍ଦ୍ଦଶକ ଶଶି ପଲ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟନ କରିଛନ୍ତି।
୪ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ
/sambad/media/post_attachments/wp-content/uploads/2019/05/nanadnakanan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)