ଭୁବନେଶ୍ୱର: ସ୍ୱରରେ ସ୍ୱରାରବିନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଭେଟି ଦେବାର ଅବକାଶ ସୃଷ୍ଟି କରିଥିଲା ‘ବସନ୍ତ ବାହାର ଅନୁଷ୍ଠାନ’। ଜୟଦେବ ଭବନରେ ଅନୁଷ୍ଠିତ ‘ଆସିଥିଲି ଶ୍ରୀମନ୍ଦିର ଯାଉଛି ମୁଁ ସ୍ୱର୍ଗଦ୍ୱାର’ ଶୀର୍ଷକ କାର୍ଯ୍ୟକ୍ରମରେ ଶୁଣିବାକୁ ମିଳିଥିଲା ଅରବିନ୍ଦ ମୁଦୁଲି ଗାଇଥିବା ବଛାବଛା ଓଡ଼ିଆ ଭଜନ। ବସନ୍ତ ପାତ୍ର ‘ଯେଉଁ କଣ୍ଠ ଗାଉଥିଲା ଜୟ ଜଗନ୍ନାଥ... ଗୀତ ଗାଇ ଆବେଗିକ ମୁହୂର୍ତ ସୃଷ୍ଟି କରିଥିବା ବେଳେ ‘ଝିଅ ଚାଲିଗଲା କନିଆ ହୋଇ.., ‘କଳା ସାଆନ୍ତେ ଅଛ କେମନ୍ତେ.., ‘ତୁମେ ରାମ ତୁମେ ଶ୍ୟାମ.., ‘ସୁଭଦ୍ରାର ଭାଇ ତୁ ବଳିଆର ଭାଇ.., ‘ଆସିଥିଲି ଶ୍ରୀମନ୍ଦିର ଯାଉଛି ମୁଁ ସ୍ୱର୍ଗଦ୍ୱାର.., ‘ମୁଁ ବିଜ୍ଞାନୀ କୈବର୍ତ୍ୟ.., ‘ନନ୍ଦ ସୂତ କଳା କହ୍ନେଇ..ଭଳି ଗୀତ ଗାଇ ଅରବିନ୍ଦ ମୁଦୁଲିଙ୍କ ସ୍ମୃତିକୁ ପ୍ରେକ୍ଷାଳୟରେ ତାଜା କରିଥିଲେ କୁନିକୁନି କଣ୍ଠଶିଳ୍ପୀ। ପ୍ରତ୍ୟୁଷ କର, ତନୁଶ୍ରୀ, ଅର୍ଣ୍ଣବ ପଣ୍ଡା, ଦିବ୍ୟାନୀ ରଥ, ଇପ୍ସିତ ପତି, ସ୍ନେହାଲି, ଆଦିତ୍ୟ ମହାନ୍ତି ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି, କଳିଙ୍ଗ ହସ୍ପିଟାଲ୍ର ପ୍ରତିଷ୍ଠାତା ସଭ୍ୟ ଡ.ରାଧାକାନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଉପସ୍ଥିତ ଥିଲେ। ବସନ୍ତ ପାତ୍ର ପ୍ରାରମ୍ଭରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ବାବଦରେ କହିଥିଲେ। ବିନୋଦ ବିହାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ନନ୍ଦ ସୁତ କଳା କହ୍ନେଇ...
ସ୍ୱରରେ ସ୍ୱରାରବିନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2018/03/m8-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)