ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୩ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ୨ ବର୍ଷ ୩ ମାସର ଏକ ପୁରୁଷ ବିଲୁଆର ଅଚାନକ ମୃତ୍ୟୁ ହୋଇଛି। ବିଲୁଆଟି ୨୦୧୭ ମାର୍ଚ୍ଚରେ ଜନ୍ମ ଲାଭ କରିଥିଲା। ସଂକ୍ରମଣ କାରଣରୁ ତା’ର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି। ତେବେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ବିଲୁଆର ମୃତ୍ୟୁ ଫଳରେ ନନ୍ଦନକାନନ କର୍ତ୍ତୃପକ୍ଷ କରିଥିବା ବଂଶବୃଦ୍ଧି ଯୋଜନାକୁ ଝଟ୍କା ଲାଗିଛି। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୩ଟି ମାଈ ଗୋଟିଏ ପୁରୁଷଙ୍କୁ ମିଶାଇ ମୋଟ ୪ଟି ବିଲୁଆ ଅଛନ୍ତି। ଅପରପକ୍ଷେ ନନ୍ଦନକାନନର ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ଖୁଆଡ଼ ମଧ୍ୟରେ ରହିଥିବା ଏକମାତ୍ର ୪ବର୍ଷ ବୟସ ପୁରୁଷ ଧୂସର ଗଧିଆ ଅସୁସ୍ଥ ହୋଇପଡ଼ିଛି। ସେ ପାକ୍କ୍ରିୟାଜନିତ ସମସ୍ୟାରେ ପୀଡ଼ିତ ହୋଇଛି। ତାକୁ ଖାଦ୍ୟ ଓ ପାନୀୟରେ ଔଷଧ ଦେଇ ଚିକତ୍ସା କରାଯାଉଛି। ୨୦୧୮ ନଭେମ୍ବର ୨୮ରେ ପ୍ରଥମ କରି ନନ୍ଦନକାନନକୁ ଏକହଳ ଧୂସର ଗଧିଆଙ୍କୁ ମହୀଶୂରରୁ ଅଣାଯାଇଥିଲା। ସେଥିମଧ୍ୟରୁ ମାଈଟିର ଗତ ମାର୍ଚ୍ଚ ୭ ତାରିଖରେ ମୃତ୍ୟୁ ହେବା ପରେ ଏକମାତ୍ର ପୁରୁଷଟି ରହିଛି। ସେହିଭଳି ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରକୁ ଲାଗିଥିବା ନୂତନ ଖୁଆଡ଼ରେ ରହିଥିବା ୪ଟି ମାର୍ମୋସେଟ୍ ମାଙ୍କଡ଼ ମଧ୍ୟରୁ ଗୋଟିଏ ମାଈ ଗତକାଲି ଅଚାନକ ଅସୁସ୍ଥ ହୋଇ ହାଲିଆ ହୋଇପଡ଼ିଥିଲା। ପ୍ରବଳ ଗରମ ଯୋଗୁଁ ସେ ଅଂଶୁଘାତର ଶିକାର ହୋଇଥିବା ଚିକିତ୍ସକମାନେ ଅନୁମାନ କରିଥିଲେ। ତାକୁ ପାନୀୟରେ ଆଣ୍ଟଟ୍ରେସ୍ ମିଶ୍ରିତ କରି ପିଆଇ ଚିକିତ୍ସା କରାଯାଇଥିଲା। ସେ ଆଜି ସୁସ୍ଥ ଥିବା ଜଣାପଡ଼ିଛି।
ନନ୍ଦନକାନନରେ ବିଲୁଆ ମୃତ,ଧୂସର ଗଧିଆ ଓ ମାର୍ମୋସେଟ ଅସୁସ୍ଥ
/sambad/media/post_attachments/wp-content/uploads/2019/06/nandankanan-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)