ମାଣ୍ଡାରିନ୍‌ ବତକ, ସୁନକୁନ୍‌ର ପକ୍ଷୀ ମୃତ, ହଗ୍‌ ଡିଅର ଓ କୃଷ୍ଣସାର ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ୨ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ପ୍ରାଣୀ ଜନ୍ମ ନେଇଛନ୍ତି। ମୁକ୍ତାକାଶ ଚଲାପଥ ପକ୍ଷୀ ବିହାରରେ ରହିଥିବା ଏକ ୬ ବର୍ଷର ମାଈ ମାଣ୍ତାରିନ୍ ବତକ ଓ ଶୁଆ ପ୍ରଜାତିର ସୁନକନୁର୍‌ ପକ୍ଷୀର ମୃତ୍ୟୁ ହୋଇଯାଇଛି। ଅତ୍ୟଧିକ ଗରମ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମାଣ୍ତାରିନ୍‌ ବତକଟିର ମୃତ୍ୟୁ ପରେ ନନ୍ଦନକାନନରେ ୭ଟି ମାଈ, ୭ଟି ଅଣ୍ଡିରା ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୨ଟି ଛୁଆଙ୍କୁ ମିଶାଇ ୧୬ଟି ଏହି ପ୍ରଜାତିର ପକ୍ଷୀ ଅଛନ୍ତି। ଅନ୍ୟପକ୍ଷରେ ଖୁଆଡ଼ ନମ୍ବର ୬୬(କ)ରେ ଗୋଟିଏ କୃଷ୍ଣସାର ମୃଗ ଓ ୭୦ନମ୍ବର ଖୁଆଡ଼ରେ ୨ଟି ହଗ୍‌ ଡିଅର୍‌ ଶାବକ ଜନ୍ମ ନେଇଛନ୍ତି। ନବଜାତ ଶାବକ ଓ ସେମାନଙ୍କର ମା’ ସୁସ୍ଥ ଅଛନ୍ତି। ଶାବକମାନଙ୍କର ଲିଙ୍ଗ ଚିହ୍ନଟ ହୋଇନାହିଁ। ନନ୍ଦନକାନନର କୃଷ୍ଣସାର ମୃଗ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ସେହିପରି ହଗ୍‌ ଡିଅରଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର