ବାରଙ୍ଗ : ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକ ଡ.ଅନିଲ କୁମାର ଦାସଙ୍କ ଭୁବନେଶ୍ୱର ସବ୍ଡିଭିଜନାଲ ଅଫିସ୍କୁ ବଦଳି ହୋଇଛି। ତାଙ୍କ ଜାଗାରେ ଭୁବନେଶ୍ୱର ସବ୍ଡିଭିଜନାଲ ଅଫିସରୁ ବଦଳି ହୋଇ ଆସିଥିବା ଡ.ବଳରାମ ସାହୁ ନନ୍ଦନକାନନର ବରିଷ୍ଠ ବନ୍ୟପ୍ରାଣୀ ଚିକିତ୍ସକ ଦାୟିତ୍ୱ ଗ୍ରହଣ କରିଛନ୍ତି । ନନ୍ଦନକାନନର ନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ଜନ୍ତୁ ବିଭାଗ ଏସି ଏଫ୍ ଅଞ୍ଜନ କୁମାର ମହାନ୍ତି, ଡ. ଶରତ କୁମାର ସାହୁ, ଡ. ଦେବବ୍ରତ ମହାପାତ୍ର, ଡ. ସିଦ୍ଧାର୍ଥ ସୌରଭଙ୍କ ସମେତ କର୍ମଚାରୀମାନେ ଡ. ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ଡ. ଦାସଙ୍କ ନନ୍ଦନକାନନର କାର୍ଯ୍ୟ ଭାର ଗ୍ରହଣର ଦୁଇ ବର୍ଷ ମଧ୍ୟରେ ଜୀବଜନ୍ତୁ ମୃତ୍ୟୁ ହାର ହ୍ରାସ ଘଟିଥିବାରୁ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ତାଙ୍କ ଦାୟିତ୍ୱ ଗ୍ରହଣ ପୂର୍ବ ବର୍ଷରେ ମୃତ୍ୟୁ ସଂଖ୍ୟା ୧୦୧ ଥିଲା। ୨୦୧୫- ୨୦୧୬ ବର୍ଷରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ୪୮ ହୋଇଥିଲା। ଚଳିତ ବର୍ଷର ମୃତ୍ୟୁ ସଂଖ୍ୟା ୩୧ ରହିଛି। ଯାହା ବଗିତ ବର୍ଷମାନଙ୍କ ତୁଳନାରେ ଯଥେଷ୍ଟ କମ୍ ରହିଛି।
ବଦଳିଲେ ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକ
/sambad/media/post_attachments/wp-content/uploads/2017/11/nandan-kanan.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)