ବାରଙ୍ଗ: ସଫଳ ହୋଇଛି ସାରା(୧୫) ଓ ନନ୍ଦନ(୧୩)ଙ୍କ ପ୍ରେମ କାହାଣୀ। ଶନିବାର ନନ୍ଦନକାନନ ଖୁଆଡ଼ ନମ୍ବର ୩୧ରେ ଉଭୟଙ୍କର ମିଳନ ହୋଇଛି। ଫଳରେ ସଂପୂର୍ଣ୍ଣ ଜଙ୍ଗଲୀ ପ୍ରଜାତିର ଭାରତୀୟ ବାଘଙ୍କ ସଂଖ୍ୟା ବୃଦ୍ଧି ନେଇ ନନ୍ଦନକାନନ କର୍ତୃପକ୍ଷ ଆଶାବାଦୀ ହୋଇଛନ୍ତି। ସୂଚନା ଅନୁଯାୟୀ, ୨୦୧୬ ଡିସେମ୍ବର ମାସରେ ସାରା ସହ ନନ୍ଦନର ମିଳନ କରାଇବାକୁ ଯୋଜନା ହୋଇଥିଲା। ମାତ୍ର ସାରା ଆହତ ହେବାରୁ ମେଘା ସହ ନନ୍ଦନର ମିଳନ କରାଯାଇଥିଲା। ମେଘା ପ୍ରଥମ ଗର୍ଭରୁ ୨୦୧୬ ଅପ୍ରେଲ ୨୦ରେ ୩ ବାଘ ଶାବକ ଜନ୍ମ ନେଇଥିଲେ। ସାରା ସୁସ୍ଥ ହେବା ପରେ ନନ୍ଦନ ସହ ତାର ମିଳନ ଲାଗି ସୁଯୋଗ ସୃଷ୍ଟି କରିବାକୁ ଯୋଜନା କରିଥିଲେ ନନ୍ଦନକାନନ କର୍ତୃପକ୍ଷ। ଯାହା ଆଜି ସମ୍ଭବ ହୋଇଥିଲା। ମିଳନର ଶେଷ ଦିନଠାରୁ ଗର୍ଭଧାରଣକୁ ହିସାବ କରି ୧୦୫ ଦିନ ମଧ୍ୟରେ ସେମାନେ ଶାବକ ପ୍ରସବ କରିଥା’ନ୍ତି। ତେବେ ନନ୍ଦନକାନନରେ ବାଘୁଣୀମାନେ ଗର୍ଭଧାରଣର ୧୦୧ ଦିନ ମଧ୍ୟରେ ପିଲା ପ୍ରସବ କରିଥିବାର ରେକର୍ଡ ରହିଛି। ମିଳନର ଅନ୍ତିମ ଦିବସକୁ ଲକ୍ଷ୍ୟ ରଖାଯାଇଛି। ଏହି ହିସାବରେ ପ୍ରସବ ସମୟ ନିର୍ଦ୍ଧାରଣ କରାଯିବ ବୋଲି ନନ୍ଦନକାନନ କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି। ନନ୍ଦନକାନନ ମଧ୍ୟକୁ ଅନୁପ୍ରବେଶ କରିଥିବା ଜଙ୍ଗଲୀ ବାଘ ନନ୍ଦନକୁ ୨୦୧୩ରେ କାବୁ କରାଯାଇଥିଲା।
‘ନନ୍ଦନ’ ଓ ‘ସାରା’ ମଧ୍ୟରେ ମିଳନ
ଜଙ୍ଗଲୀ ପ୍ରଜାତିର ବାଘଙ୍କ ପ୍ରଜନନ ବାଟ ଫିଟିଲା
/sambad/media/post_attachments/wp-content/uploads/2018/08/BARANG-NANDAN.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)