ବାରଙ୍ଗ: ନନ୍ଦନକାନନ ରହୁଥିବା ଅଜଗର ଓ ଅହିରାଜ ସାପଙ୍କ ଠିକଣା ବଦଳିଯାଇଛି। ନନ୍ଦନକାନନ କର୍ତୃପକ୍ଷ ସେମାନଙ୍କୁ ନୂଆ ଖୁଆଡ଼କୁ ସ୍ଥାନାନ୍ତର କରିଛନ୍ତି। ଏଣିକି ନନ୍ଦନକାନନ ଆସୁଥିବା ପର୍ଯ୍ୟଟକ ଆଉ ଅଜଗରମାନଙ୍କୁ ତାଙ୍କ ପୁରୁଣା ସ୍ଥାନରେ ଦେଖିବାକୁ ପାଇବେ ନାହିଁ। ସବୁଠାରୁ ବଡ଼ ୧୨ ଫୁଟ୍ର ଲମ୍ବ ୧୫ ବର୍ଷ ବୟସର ମାଳୟ ଅଜଗରକୁ ନବ ନିର୍ମିତ ୪୪ ‘ଗ’ ଖୁଆଡ଼କୁ ଓ ଅନ୍ୟ ୨ ଛୁଆ ମାଳୟ ଅଜଗରଙ୍କୁ ୪୪ ‘ଖ’ ଖୁଆଡ଼କୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ ଅଜଗର ଛୁଆ ଦୁଇଟିଙ୍କୁ ୪୪ ‘ଙ’ ଓ ୧୩ ବର୍ଷ ବୟସର ବଡ଼ ଅହିରାଜ ସପଟିକୁ ୪୪ ନମ୍ବର ‘କ’ ଖୁଆଡ଼ ମଧ୍ୟରେ ଛଡ଼ାଯାଇଛି। ନନ୍ଦନକାନନରେ ବର୍ତମାନ ୨ଟି ଅଣ୍ଡିରା ଓ ୨ଟି ମାଈ ଅହିରାଜ ସାପ ଅଛନ୍ତି।
ନନ୍ଦନକାନନରେ ଅଜଗର, ଅହିରାଜଙ୍କ ଠିକଣା ବଦଳିଲା
/sambad/media/post_attachments/wp-content/uploads/2018/01/nandankanan-national-park.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)