ନନ୍ଦନକାନନରେ ପ୍ରଥମ ପର୍ଯ୍ୟାୟରେ ୪ ଚିତ୍ରା ହରିଣଙ୍କ ବନ୍ଧ୍ୟାକରଣ

ବାରଙ୍ଗ: ବୁଧବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମ ପର୍ଯ୍ୟାୟରେ ୪ଟି ଅଣ୍ଡିରା ଚିତ୍ରା ହରିଣଙ୍କ ଅସ୍ତ୍ରୋପଚାର କରି ବନ୍ଧ୍ୟାକରଣ କରାଯାଇଛି। ନନ୍ଦନକାନନର ଜନ୍ତୁ ବିଭାଗ ଏସିଏଫ୍‌ର ଅଞ୍ଜନ କୁମାର ମହାନ୍ତି, ବରିଷ୍ଠ ବନ୍ୟ ପ୍ରାଣୀ ଚିକିତ୍ସକ ବଳରାମ ସାହୁ,ଡ. ଶରତ କୁାମର ସାହୁ,ଡ. ଦେବଦତ୍ତ ମହାପାତ୍ର ଓ କର୍ମଚାରୀମାନଙ୍କ ସମ୍ମୁଖରେ ପୁନେ ଚିଡ଼ଆଖାନାରୁ ଆସିଥିବା ନିର୍ଦେଶକ ରାଜକୁମାର ଯାଦବଙ୍କ ସହିତ ଜନ୍ତୁରକ୍ଷକ ଓ ଏଲ୍‌ଆଇ ପ୍ରଥମେ ଗୋଟିଏ ଅଣ୍ଡିରା ଚିତ୍ରା ହରିଣର ବନ୍ଧ୍ୟାକରଣ କରି ଦେଖାଇଥିଲେ। ପରେ ସେଠାରେ ଉପସ୍ଥିତ ଥିବା ନନ୍ଦନକାନନ ଚିକିତ୍ସା ବିଭାଗର କର୍ମଚାରୀ ଆଉ ୩ଟି ଅଣ୍ଡିରା ଚିତ୍ରା ହରିଣଙ୍କର ଅସ୍ତ୍ରୋପଚାର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬ ରୁ ୮ ବର୍ଷ ବୟସ ମଧ୍ୟରେ ୪ଟି ଅଣ୍ଡିରା ଚିତ୍ରା ହରିଣଙ୍କର ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଛି। ଆଗକୁ ଏହା ଜାରି ରହିବ ବୋଲି ନନ୍ଦନକାନନ କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର