ନନ୍ଦନକାନନରେ କୁଜି ହରିଣ ଶାବକ ଜନ୍ମ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୭୦ ନମ୍ବର ଖୁଆଡ଼ ମଧ୍ୟରେ ଏକ କୁଜି ହରିଣ ଶାବକ ଜନ୍ମ ଲାଭ କରିଛି। ଊଭୟ ମା’ ଓ ନବଜାତକ ସୁସ୍ଥ ଅଛନ୍ତି। ଶାବକଟି ମା’ ଠାରୁ କ୍ଷୀର ପାନ କରୁଥିବାର ଦେଖିବାକୁ ମିଳୁଛି। ୭୦ ନମ୍ବର ଖୁଆଡ଼ର କୁଜି ହରିଣ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୪ଟି ମାଈ, ୩ଟି ପୁରୁଷ ଓ ଆଜି ଜନ୍ମିତ ଲିଙ୍ଗ ଚିହ୍ନଟ ହୋଇ ନଥିବା ଶାବକ ରହିଛି।

ସମ୍ବନ୍ଧିତ ଖବର