ବାରଙ୍ଗ: ଏକାଧିକ କଳା ବାଘ ସୃଷ୍ଟି କରିବାର ଗୌରବ ଅର୍ଜନ କରିଛି ନନ୍ଦନକାନନ। ବିଶ୍ବର ଏକମାତ୍ର ପ୍ରାଣୀ ଉଦ୍ୟାନ ଭାବେ ନନ୍ଦନକାନନରେ ଏବେ ୪ଟି କଳାବାଘ ଦେଖିବାର ସୁଯୋଗ ମିଳୁଛି। ୨୦୧୪ ଜୁଲାଇ ୨୮ରେ ଧଳା ବାଘୁଣୀ ‘ସ୍ନେହା’ ଗର୍ଭରୁ ନାଲି ମହାବଳ ‘ମନୀଷ’ ଔରସରୁ ଜନ୍ମ ନେଇଥିଲା ପ୍ରଥମ କଳା ବାଘ ‘କ୍ରିଷ୍ଣା’। ସେଇଦିନ ମୋଟ୍ ୪ଟି ଛୁଆ ଜନ୍ମ ହୋଇଥିବା ବେଳେ ଏକମାତ୍ର କ୍ରିଷ୍ଣା ଥିଲା କଳା ରଙ୍ଗର। ୨୦୧୬ ଅଗଷ୍ଟ ୫ ତାରିଖରେ ଧଳା ବାଘୁଣୀ ସ୍ନେହା ଗର୍ଭରୁ ସାଧଶରଣ ରଙ୍ଗର ମହାବଳ ମନୀଷ ଔରସରୁ ଜନ୍ମ ନେଇଥିଲା ଆଉ ଏକ କଳା ବାଘ ‘ଭିକି’। ସେଇ ସମୟରେ ଅନ୍ୟ ଦୁଇଟି ଧଳା ବାଘ ଚିନୁ (ଅଣ୍ଡିରା), ମୌସୁମୀ (ମାଇ) ମଧ୍ୟ ଜନ୍ମ ହୋଇଥିଲେ। ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ସାଧାରଣ ରଙ୍ଗର ବାଘୁଣୀ ‘ରେଣୁକା’ ଓ ଧଳା ରଙ୍ଗର ମହାବଳ ‘ସମ୍ରାଟ’ର ମିଳନରୁ ତୃତୀୟ ଓ ୪ର୍ଥ କଳା ବାଘ ଜନ୍ମ ନେଇଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଛୁଆ କଳାବାଘ ଦୁହିଁଙ୍କୁ ଏପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଛଡ଼ା ଯାଇନାହିଁ। ଦୁହିଁଙ୍କ ବୟସ ୭ ମାସ ହୋଇଥିବା ବେଳେ ନନ୍ଦନକାନନର ମୋଟ କଳାବାଘ ସଂଖ୍ୟା ୪ରେ ପହଞ୍ଚିଛି। ନନ୍ଦନକାନନ କର୍ତୃପକ୍ଷ ପ୍ରାଣୀ ଉଦ୍ୟାନର କେତେକ ବାଘଙ୍କଠାରେ କଳା ବାଘର ଜିନ୍ ଠାବ କରି ସେମାନଙ୍କ ମିଳନରୁ ବିରଳ କଳା ରଙ୍ଗର ଛୁଆ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛନ୍ତି। ଫଳରେ, ଅଧିକ ସଂଖ୍ୟାରେ କଳା ବାଘ ସୃଷ୍ଟି କରି ଅନ୍ୟ ଚିଡ଼ିଆଖାନାକୁ ଦେଇ ପ୍ରତିବଦଳରେ ସେଠାରୁ ଅନ୍ୟ ବିରଳ ଜୀବଜନ୍ତୁ ଅଣାଯାଇପାରୁଛି।
ନନ୍ଦନକାନନ ଖବର, ନନ୍ଦନକାନନର ଗୌରବ ‘କଳା ବାଘ’
/sambad/media/post_attachments/wp-content/uploads/2019/04/maxresdefault-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)