ନନ୍ଦନକାନନରେ ରୋପ୍‌େଓ୍ଵ ପାଇଁ ଜନଶୁଣାଣି

ବାରଙ୍ଗ: କାର୍ଯର୍୍ୟକ୍ଷମ ହେବାକୁ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରୋପ୍‌ୱେ ବ୍ୟବସ୍ଥା ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରି ଲାଗି ରାଜ୍ୟ ସରକାରଙ୍କ ତରଫରୁ ଖୋର୍ଧା ନନ୍ଦନକାନନ ବିଦ୍ୟାଳୟ ପରିସରରେ ଜନଶୁଣାଣି କରାଯାଇଛି। ଖୋର୍ଧା ଉପଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏହି ଜନଶୁଣାଣିରେ ବହୁ ସ୍ଥାନୀୟ ଜନସାଧାରଣ ଭାଗ ନେଇଥିଲେ। ଆଜି ପରିବେଶ ମଞ୍ଜୁରି ଅଧିକାରୀ ଏଚ୍‌ବି ପାଣିଗ୍ରାହୀ ଓ ପରିବେଶ ବିଜ୍ଞାନୀ ଡ. ରେଣୁବାଳା ସାମଲ ଓ ଦାମୋଦର ରୋପ୍‌ୱେ ସଂସ୍ଥାର ମ୍ୟାନେଜର ହୃଦାନନ୍ଦ ନାୟକଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରାଯାଇଥିଲା। ସମାଜସେବୀ ସୁବାସ ଚନ୍ଦ୍ର ପାତ୍ର କାଞ୍ଜିଆହ୍ରଦର ସୁରକ୍ଷା ଓ ଯାତ୍ରୀ ସୁରକ୍ଷା ଲାଗି ହ୍ରଦରୁ ଦଳ ସଫେଇ କରିବା ଓ ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ କର୍ମଚାରୀ ନିଯୁକ୍ତ କରିବାକୁ କହିଥିଲେ। ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ ରୋପ୍‌ୱେ ସଂସ୍ଥାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ଦାବି କରିଥିଲେ। ସେହିଭଳି ଗାଇଡ ସୌମେନ୍ଦ୍ର ତ୍ରିପାଠୀ ପର୍ଯ୍ୟଟକମାନଙ୍କୁ କାଞ୍ଜିଆହ୍ରଦ ମଧ୍ୟକୁ ବର୍ଜ୍ୟବସ୍ତୁ ନ ପକାଇବା, ଦୁର୍ଘଟଣାକୁ ଏଡ଼ାଇବାର ଉପଯୁକ୍ତ ବ୍ୟବସ୍ଥା ଏବଂ ଦୁର୍ଘଟଣାଗ୍ରସ୍ତ ପର୍ଯ୍ୟଟକଙ୍କ ପାଇଁ ଇନ୍‌ସ୍ୟୁରାନ୍ସ ବ୍ୟବସ୍ଥା ହୋଇଛି କି ନାହିଁ, ପ୍ରଶ୍ନ କରିଥିଲେ। ରଘୁନାଥପୁର ସମିତି ସଭ୍ୟା ଝୁନା ରାଉତଙ୍କ ସମେତ କିଛି ସ୍ଥାନୀୟ ବ୍ୟକ୍ତି ନିଯୁକ୍ତି ସୁଯୋଗ ଓ ସୁରକ୍ଷା ଉପରେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର