ବାରଙ୍ଗ: ନନ୍ଦନକାନନର ଏକ ମାଈ ନୀଳଗିରି ହନୁ (୩) ଆଜି ଅପରାହ୍ଣରେ ସେ ରହୁଥିବା ଖୁଆଡ଼ ମଧ୍ୟରୁ ଚମ୍ପଟ ମାରିଛି। ଅପରାହ୍ଣ ପ୍ରାୟ ୪ଟା ବେଳେ ୫୩ (ଗ) ଏନ୍କ୍ଲୋଜର୍ ନିକଟରେ କିଛି ପର୍ଯ୍ୟଟକ ନୀଳଗିରି ହନୁକୁ ଦେଖୁଥିଲେ। ଖୁଆଡ଼ ମଧ୍ୟରେ ଥିବା ଦୁଇଟି ହନୁଙ୍କ ମଧ୍ୟରୁ ଗୋଟିଏ ଅଚାନକ ଖୁଆଡ଼ ମଧ୍ୟରେ ଥିବା ପାଣି ମଧ୍ୟକୁ ଲମ୍ଫ ପ୍ରଦାନ କରିଥିଲା। ଏହାଦେଖି ପର୍ଯ୍ୟଟକମାନେ ଚିତ୍କାର କରିଥିଲେ। କିଛି ସମୟ ପରେ ହନୁଟି ଖୁଆଡ଼ର ଜଳାଶୟରୁ ବାହାରି ପାଚେରି ଉପରେ ଦେଇ ବାହାରକୁ ଚାଲି ଆସିଥିଲା। ପର୍ଯ୍ୟଟକଙ୍କ ପାଟି ଶୁଣି କର୍ମଚାରୀ ମାନେ ଧାଇଁ ଆସିଥିଲେ। ସେମାନେ ଖୁଆଡ଼ ନିକଟରେ ପହଞ୍ଚିବା ବେଳକୁ ମାଙ୍କଡ଼ଟି ଚମ୍ପଟ ମାରି ସାରିଥିଲା। ତାକୁ ବହୁ ଖୋଜା ଖୋଜି କଲେ ମଧ୍ୟ ତାର ପତ୍ତା ମିଳି ନଥିଲା। ତେବେ ସନ୍ଧ୍ୟାରେ ମାଙ୍କଡ଼ଟି ଏକ ଗଛ ଉପରେ ଚଢ଼ି ଲୁଚି ବସିଥିବା ଦେଖିବାକୁ ମିଳିଥିଲା। ଅନ୍ଧାର ହୋଇଯିଇଥିବାରୁ ତାକୁ ଧରାଯାଇ ପାରି ନଥିଲା। ସକାଳେ ତାକୁ ଧରିବା ଲାଗି କର୍ମଚାରୀମାନେ ଗଛ ମୂଳରେ ଜଗି ବସିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସ ୨୬ ତାରିଖରେ ନନ୍ଦନକାନନ କର୍ତୃପକ୍ଷ ଚମ୍ପଟ୍ ମାରିଥିବା ମାଈ ନୀଳଗିରି ହନୁଟିକୁ ତାର ଏକ ପୁରୁଷ ସାଥୀ ଓ ଅନ୍ୟ ୧୬ଟି ଜୀବ ସହିତ ଚେନ୍ନଇର ଅର୍ଗିନାର ଚିଡ଼ିଆଖାନରୁ ଅଣିଥିଲେ। ଏହା ବଦଳରେ ନନ୍ଦନକାନନରୁ ୨ଟି ହିମାଳୟ କଳା ଭାଲୁ ସମେତ ମୋଟ ୧୯ଟି ଜୀବଙ୍କୁ ସେଠାକୁ ପଠାଯାଇଥିଲା। ସୋମବାର ନନ୍ଦନକାନନ ବନ୍ଦ ଥିବା ବେଳେ ଯେକୌଣସି ମତେ ଏହାର ପରିସରର ଗଛ ମଧ୍ୟରେ ଲୁଚିଥିବା ନୀଳଗିରି ହନୁଟିକୁ କାବୁ କରାଯିବ ବୋଲି ଜଣାପଡ଼ିଛି।
ନନ୍ଦନକାନନରୁ ନୀଳଗିରି ହନୁ ଚମ୍ପଟ
/sambad/media/post_attachments/wp-content/uploads/2017/10/barang-nandankanan-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)