ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବିରେ ଆସନ୍ତା ୨୫ରେ ନନ୍ଦନକାନନ ବନ୍ଦ

ଦୁଇ ଦିନରେ ୫ ଜନ୍ମ

ଭୁବନେଶ୍ବର : ଲଗାତର ୪ଟି ହାତୀ ମରିଲେ। ନନ୍ଦନକାନନକୁ ହର୍ପିସ୍ ଭାଇରସ୍ କେଉଁଠୁ ଆ‌ସିଲା ତାହା ସ‌ମସ୍ତେ ଖୋଜୁଛନ୍ତି। ତେବେ ରାଜ୍ୟ ସରକାର ଓ ନନ୍ଦନକାନନ କର୍ତୃପକ୍ଷ ଜାଣିଛନ୍ତି ଯେ, ଡମ୍ପିଂୟାର୍ଡରୁ ଏହି ଭାଇରସ୍ ଆସିଛନ୍ତି। ହେଲେ କେହି ପାଟି ଫିଟାଉ ନାହାନ୍ତି। ଏପରିକି ବହୁ ପଶୁ ଓ ପକ୍ଷୀ ଅକାଳରେ ମରି ଯାଉଥିଲେ ହେଁ ଏହାର କାରଣ ବି କର୍ତ୍ତୃପକ୍ଷ ଖୋଜୁନାହାନ୍ତି। କେବଳ ନନ୍ଦନକାନନ ନୁହେଁ ଚନ୍ଦକା ଜଙ୍ଗଲ‌ ଓ ଦାରୁଠେଙ୍ଗ ଗ୍ରାମରେ ବି ବହୁ ପଶୁପକ୍ଷୀ ମରୁଛନ୍ତି। ଲୋକଙ୍କୁ ବିଭିନ୍ନ ପ୍ରକାରର ରୋଗ ମାଡ଼ିଯାଉଛି। ତେଣୁ ନନ୍ଦନକାନନର ସୁରକ୍ଷା ପାଇଁ ଏହି ଡମ୍ପିଂୟାର୍ଡକୁ ରାଜ୍ୟ ସରକାର ତୁରନ୍ତ ସ୍ଥାନାନ୍ତର କରନ୍ତୁ। ନଚେତ୍ ୨୫ତାରିଖରେ ନନ୍ଦନକାନନ ‌ଗେଟ୍‌ ନଂ-୨ ସମ୍ମୁଖରେ ଧାରଣା ଦିଆଯିବ। ନନ୍ଦନକାନନ ଭିତରକୁ ପର୍ଯ୍ୟଟକମାନଙ୍କୁ ଛଡ଼ାଯିବନି। ଡମ୍ପିଂୟାର୍ଡ ସ୍ଥାନାନ୍ତର ହେବା ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି ଜଟଣୀ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି।

ଦୁଇ ଦିନରେ ୫ ଜନ୍ମ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ଦିନ ମଧ୍ୟରେ ବାରାଶିଙ୍ଗା, ଗୁରାଣ୍ତି ଓ କୁଟୁରା ସମେତ ୫ ଛୁଆ ଜନ୍ମ ନେଇଛନ୍ତି। ୩୮ ନମ୍ବର ଖୁଆଡ଼ ମଧ୍ୟରେ ଏକ ବାରାଶିଙ୍ଗା ଛୁଆ ଜନ୍ମ ଲାଭ କରିଛି। ୩୭ ନମ୍ବର ‘ଗ’ ଖୁଆଡ଼ରେ ୨ଟି ଗୁରାଣ୍ତି ଛୁଆ ଜନ୍ମ ଲାଭ କରିଥିବା ବେଳେ ୩୬ ନମ୍ବର ‘ଗ’ ଖୁଆଡ଼ରେ ୨ଟି କୁଟୁରା ଛୁଆ ଜନ୍ମ ଲାଭ କରିଛନ୍ତି। ସମସ୍ତ ୫ଟି ଯାକ ନବଜାତ ଓ ସେମାନଙ୍କର ମା’ ସୁସ୍ଥ ଅଛନ୍ତି। ନୀଳଗିରି ହନୁ ଦୀର୍ଘ ଦିନଧରି ଯକୃତଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର