ଭୁବନେଶ୍ବର: କୋଭିଡ କଟକଣା ଭିତରେ ଆଜିଠୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲିଛି। ଏଠାରେ ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ ପାଇଁ ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷା ଅନିର୍ବାର୍ଯ୍ୟ କରାଯାଇଛି। ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକ କଟକଣା ନିୟମ ପାଳନ କରି ନନ୍ଦନକାନନରେ ବୁଲିପାରିବେ। ଆଜି ସକାଳେ ଏଠାରେ  ପର୍ଯ୍ୟଟକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି।