ନନ୍ଦନକାନନ କର୍ମଚାରୀ ଦଳର ଚେନ୍ନାଇ ଗସ୍ତ, ଆଣିବେ ଆନାକୋଣ୍ତା ଓ ନାଏଲ କ୍ରୋକଡାଇଲ

ବାରଙ୍ଗ: ଦୀର୍ଘ ଦିନର ଘୋଷଣା କାର୍ଯ୍ୟକାରୀ ହେବାକୁ ଯାଉଛି। ନନ୍ଦନକାନନନ ପ୍ରାଣୀ ଉଦ୍ୟାନକୁ ଚେନ୍ନାଇରୁ ଆସିବ ୨ ପୁରୁଷ, ୨ ମାଈ କମ ବୟସ୍କ ଆନାକୋଣ୍ତା ଓ ମାଡ୍ରାସର କ୍ରୋକଡାଇଲ ବ୍ୟାଙ୍କରୁ ଏକ ପୁରୁଷ, ୨ ମାଈ ନାଏଲ କ୍ରୋକଡାଇଲ। ଏହି ଜୀବମାନଙ୍କୁ ଆଣିବା ପାଇଁ ନନ୍ଦନକାନନର ପର୍ଯ୍ୟଟକ ପରିଚାଳନା ବିଭାଗ ଏସିଏଫ୍ ଅମୂଲ୍ୟ ପରିଡ଼ାଙ୍କ ତତ୍ତ୍ବାବଧାନରେ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଡ. ଦେବଦତ୍ତ ମହାପାତ୍ର, ଫରେଷ୍ଟଗାର୍ଡ ସୁଜିତ ଜେନା ଓ ଜନ୍ତୁ ରକ୍ଷକ ପଠାଣି ଯେନାଙ୍କୁ ମିଶାଇ ୪ ଜଣିଆ ଦଳ ସକାଳୁ ଚେନ୍ନାଇ ଗସ୍ତ କରିବେ। ସେଠାରୁ ଜୀବନମାନଙ୍କୁ ସାଥିରେ ଧରି ନନ୍ଦନକାନନରେ ୨୧ ତାରିଖ ସୁଦ୍ଧା ପହଁଚିବାର କାର୍ଯ୍ୟସୂଚୀ ରହିଛି।

ସମ୍ବନ୍ଧିତ ଖବର