ଭୁବନେଶ୍ବର: ବୋଲଗଡ଼ର କଳା, ସାହିତ୍ୟ, ସଂସ୍କୃତି ଓ ବିକାଶ ପ୍ରତିଷ୍ଠାନ ‘ନନ୍ଦିଘୋଷ’ର ପ୍ରତିଷ୍ଠାତା ସଭାପତି ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ବିୟୋଗରେ ପରିଚାଳନା କମିଟିର ଏକ ବୈଠକ ‘ସମ୍ବାଦ ଭବନ’ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ପରିଷଦର ସଭାପତି ଭାବେ ମନୋନୀତ କରାଯାଇଛି। ଅନୁଷ୍ଠାନର ସଦସ୍ୟ ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ କରାଯାଇଛି। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ପରିଡ଼ା ଓ ସାଧାରଣ ସଂପାଦକ ଗୁଣନିଧି ହୋତା ସଭାପତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ବୋଲଗଡ଼ ବ୍ଲକ୍ର ପ୍ରଥମ ଅଧ୍ୟକ୍ଷ ଗୌରୀଶ୍ୟାମ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବୈଠକରେ ନବନିର୍ବାଚିତ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ପରିଷଦର ଆଗାମୀ ଦିନର ନୂତନ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ପ୍ରସ୍ତାବ ରଖିଥିଲେ। ଗାନ୍ଧୀଜୀ ୧୯୨୭ ମସିହା ଡିସେମ୍ବର ୯, ୧୦ ଓ ୧୧ ତାରିଖ େବାଲଗଡ଼ରେ ରହିଥିବାରୁ ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଏକ ସ୍ମାରକୀ ଉତ୍ସବ ପାଳନ ପାଇଁ ବୈଠକରେ ପ୍ରସ୍ତାବ ରଖାଯାଇଥିଲା। ଶେଷରେ ହରିବନ୍ଧୁ ସାହୁ ଧନ୍ୟବାଦ ଜଣାଇଥିଲେ।
‘ନନ୍ଦିଘୋଷ’ର ସଭାପତି ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ
/sambad/media/post_attachments/wp-content/uploads/2019/09/sdgsdgsdf4g56485g465sdfgh4sd65g4sd.jpg)
/sambad/media/agency_attachments/2024-07-24t043029592z-sambad-original.webp)