କିଟ୍‌ରେ ନନ୍ଦିତା ମିଶ୍ରଙ୍କ ଏକକ ଚିତ୍ର ପ୍ରଦର୍ଶନୀ

ଚନ୍ଦ୍ରଶେଖରପୁର : ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କିଟ୍ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲର ଇଣ୍ଟରନ୍ୟାସ୍‌ନାଲ୍ କରିକୁଲମ୍ ମୁଖ୍ୟ ନନ୍ଦିତା ମିଶ୍ରଙ୍କ ଦ୍ବାରା ପ୍ରସ୍ତୁତ ଏକକ ଚିତ୍ରକଳା ପ୍ରଦର୍ଶନୀ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଏହି ଚିତ୍ରକଳା ପ୍ରଦର୍ଶନୀ ଚାଲିଥିଲା। ନାରୀବାଦ, ପ୍ରକୃତି, ପକ୍ଷୀ ଏବଂ ବୁଦ୍ଧଙ୍କୁ ନେଇ ସେ ଅନେକ ଚିତ୍ର ଆଙ୍କିଛନ୍ତି। ପ୍ରକୃତି ସହ ଦୈନନ୍ଦିନ ଜୀବନ ସଂପର୍କରେ ସେ ତାଙ୍କର ଚିତ୍ରକଳା ମାଧ୍ୟମରେ ପରିପ୍ରକାଶ କରିଛନ୍ତି। ଏହି ଏକକ ଚିତ୍ର ପ୍ରଦର୍ଶନୀକୁ କିଟ୍ ଓ କିସ୍‌ର ସଭାପତି ଶାଶ୍ବତୀ ବଳ ଏବଂ କିଟ୍ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳ ଉଦ୍‌ଘାଟନ କରିଥିଲେ। ଶ୍ରୀମତୀ ମିଶ୍ରଙ୍କ ଏଭଳି ପ୍ରୟାସ କିଟ୍ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରଦର୍ଶନୀକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ ଲେଖକ ତୁରଣକାନ୍ତି ମିଶ୍ର, ଅଡିଟର୍‌ ଜେନେରାଲ୍ ବିଭୂଦ ବାସନ୍ତୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପରିଦର୍ଶନ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର