ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କୁ ଭେଟିଲେ ନରସିଂହ ଓ ତାରା

ସୋମବାର ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଦାବିରେ ଗତ ୭ ଦିନ ଧରି ଲୋୟର ପିଏମ୍‌ଜିରେ ଆନ୍ଦୋଳନରତ ଏଏନ୍‌ଏମ ସ୍ବାସ୍ଥ୍ୟ କର୍ମୀଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ତାରା ପ୍ରସାଦ ବାହିନୀପତି। କୋଭିଡ ମହାମାରୀ ପାଇଁ ୩ ମାସ ପାଇଁ ନିଯୁକ୍ତି ମିଳିବା ପରେ ଛଟେଇ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି। ଆସନ୍ତା ସୋମବାର ଏ ନେଇ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବେ ବୋଲି ଶ୍ରୀ ମିଶ୍ର ଓଡ଼ିଶା ଏଏନ୍‌ଏମ୍‌ ସଂଗଠନର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର