ନାରାୟଣ ଇ-ଟେକ୍ନୋ ବିଦ୍ୟାଳୟରେ ବାର୍ଷିକ ଶୈକ୍ଷିକ ମେଳା

ଭୁବନେଶ୍ବର: ୟୁନିଟ୍-୮ସ୍ଥିତ ନାରାୟଣ ଇ-ଟେକ୍ନୋ ବିଦ୍ୟାଳୟରେ ବାର୍ଷିକ ଶୈକ୍ଷିକ ମେଳା ଓ ସ୍ନାତକ ଡିଗ୍ରି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ୟୁକେଜିରୁ ପ୍ରଥମ ଶ୍ରେଣୀକୁ ଏବଂ ପଞ୍ଚମ ଶ୍ରେଣୀରୁ ଷଷ୍ଠ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା।

ଅଧ୍ୟକ୍ଷା ଟି. ଶ୍ରୀଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ୟାମସୁନ୍ଦର ଓ ପି. ଶ୍ରୀନିବାସ ରାଓ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଉପାଧ୍ୟକ୍ଷା ମନସ୍ବିନୀ ବଳିଆରସିଂହ, ମୀରା ସାହୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର