ନାରାୟଣ ସେବା ଫାଉଣ୍ଡେସନର ମହିଳା ଦିବସ

ଭୁବନେଶ୍ୱର : ନାରାୟଣ ସେବା ଫାଉଣ୍ଡେସନ୍‌ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ସମାଜସେବୀ ନମ୍ରତା ଚଢ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ମହିଳାମାନେ କୌଣସି ଗୁଣରେ ପୁରୁଷମାନଙ୍କଠାରୁ କମ୍‌ ନୁହନ୍ତି। ନିଷ୍ଠା ଓ ସାହସର ସହ କାର୍ଯ୍ୟ କଲେ ମହିଳାଟିଏ ଯେକୌଣସି କାର୍ଯ୍ୟ କରିପାରିବ। ମୁଖ୍ୟବକ୍ତା ଭାବେ ସୁମିତ୍ରା ଜେନା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ଲିଜାରାଣୀ ନାୟକ ଓ ସମାଜସେବୀ ମଞ୍ଜୁଳା ତ୍ରିପାଠୀ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଶିବନାରାୟଣ ମିଶ୍ର ଏଥିରେ ଉପସ୍ଥିତ ଥିଲେ। ସଂପାଦିକା ସମିତା ମହାରଣା ସଂପାଦକୀୟ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସତ୍ୟବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଫାଉଣ୍ଡେସନ୍‌ ପକ୍ଷରୁ ମଧୁମିତା ଚାନ୍ଦଙ୍କୁ ସାହସୀ ମହିଳା-୨୦୧୮ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର